ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟ ସ୍ଥିତି ଚିନ୍ତା ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ବାରମ୍ବାରତା ଏବଂ ତୀବ୍ରତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଜଳବାୟୁ ପ୍ରକ୍ରିୟା ଲା-ନିନା ପ୍ରଭାବରେ ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚାଇନା ସାଗର ଅଂଚଳରେ ସୃଷ୍ଟି ବାତ୍ୟା ଗୁଡିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗର ରେ ପ୍ରବେଶ ସହ , ମୌସୁମୀ ପରବର୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଖାସକରୀ ପ୍ରଶାନ୍ତ ମହାସାଗର ଅଂଚଳରୁ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ଅବଶିଷ୍ଟ ଅଂଶ ଗୁଡିକ ମୁଖ୍ୟତ ଭାବେ ଆଣ୍ଡାମାନ ସାଗର ଅଞ୍ଚଳ ପ୍ରବେଶ କରିଥାଏ।
ସାଧାରଣତଃ ଏହି ସମୟରେ ଆଣ୍ଡାମାନ ଅଂଚଳରେ ଉପସ୍ତିତି ସ୍ଥଳଭାଗ ସହ ସାମୁଦ୍ରିକ ତରଙ୍ଗର ପ୍ରତିକ୍ରିୟା ଫଳରେ କିଛି ନିର୍ଦିଷ୍ଠ ସାମୁଦ୍ରିକ ଆଭ୍ୟନ୍ତରୀଣ ତରଙ୍ଗ ସୃଷ୍ଟି ହୋଇଥାଏ ଯାହା ଆଣ୍ଡାମାନ ଅଂଚଳର ପୃଷ୍ଠ ତାପମାତ୍ରାକୁ ୩୦ ଡ଼ିଗ୍ରୀ କିମ୍ବା ଅଧିକ ଧରି ରଖିବାରେ ସାହାଯ୍ୟ କରିଥାଏ ।
ଫଳସ୍ୱରୂପ ଏହି ବଶିଷ୍ଟ ଅଂଶ ଗୁଡିକ ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ, ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଏବଂ ନିମ୍ନ ବାୟୁପ୍ରବାହ ତାରତମ୍ୟ ତଥା ଉଚ୍ଚ ସାମୁଦ୍ରିକ ପୃଷ୍ଟ ତାପମାତ୍ରା ସଂସ୍ପର୍ଶରେ ଆସି ଶକ୍ତିଶାଳୀ ହୋଇଉଠେ। ଏହି ପରିସ୍ଥିତି ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଏବଂ ବନ୍ୟା ସହିତ ଅଧିକ ବିନାଶକାରୀ ଶକ୍ତିଶାଳୀ ପ୍ରଳୟଙ୍କରି ବାତ୍ୟା ସୃଷ୍ଟି କରିପାରେ।
ଯାହାର ଦିଗଦର୍ଶନ ହେଉଛି ୧୯୯୯ ର ମହାବାତ୍ୟା, ୨୦୦୯ ରେ ଅଇଲା, ୨୦୧୮ର ତିତିଲି, ୨୦୨୧ ରେ ଗୁଲାବ ଏବଂ ଜବାଦ, , ୨୦୨୨ ର ଅସାନି, ସେହିପରି ମୌସୁମୀ ପୂର୍ବବାତ୍ୟା ଋତୁ ରେ ୨୦୧୯ ରେ ଫନି, ୨୦୨୦ରେ ଅଃମ୍ପନ, ୨୦୨୧ ର ୟସ। ଏଠି ମଧ୍ୟରୁ ୧୯୯୯, ୨୦୧୮, ୨୦୨୧, ୨୦୧୯, ୨୦୨୦, ୨୦୨୨ ଏହି ସମସ୍ତ ଋତୁରେ ବଙ୍ଗୋପସାଗର ରେ ସୃଷ୍ଟି ବାତ୍ୟା ଓଡିଶାକୁ ପ୍ରଭାବିତ କରିଛି