ସଇନ୍ତଲା: ଜିଲ୍ଲା ବାହାରକୁ କାମ କରିବାକୁ ଯାଇ ନିକଟରେ ଘରକୁ ଫେରିଥିବା ୨ଜଣ ଯୁବ ଶ୍ରମିକ ଜ୍ବରରେ ପୀଡ଼ିତ ହୋଇଥିଲେ। ତନ୍ମଧରୁ ଜଣେ ମୃତ ଏବଂ ଅନ୍ୟଜଣେ ଗୁରୁତର ହୋଇଥିବା ଖବର ‘ସମ୍ବାଦରେ ପ୍ରକାଶ ପାଇବା ପରେ ମଙ୍ଗଳବାର ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ପୁଲିସ ଗ୍ରାମକୁ ଯାଇ ସରଜମିନ ତଦନ୍ତ କରିଥିବା ଜଣାଯାଇଛି। ସଇନ୍ତଲା ବ୍ଲକ୍ କଅଁସର ଗ୍ରାମର ଜଳନ୍ଧର ଭୋଇ (୨୩) ଓ ବିଶ୍ବାମିତ୍ର ସାହୁ (୨୬) ଗତ କିଛିମାସ ହେବ କଳାହାଣ୍ତି ଜିଲ୍ଲା ମୋହନଗିରି ଅଂଚଳରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଗତ ୨୪ ତାରିଖରେ କାମ ବନ୍ଦ ହୋଇଯିବାରୁ ଗ୍ରାମକୁ ଫେରି ଆସିଥିଲେ। ଉଭୟଙ୍କୁ ଜ୍ବର ହେବାରୁ ପ୍ରଥମେ ସଇନ୍ତଲାସ୍ଥିତ ଏକ ଘରୋଇ ଡାକ୍ତରଙ୍କଠାରେ ଚିକିତ୍ସା କରାଇଥିଲେ। ଶନିବାର ରାତି ୯ଟାରେ ଜଳନ୍ଧରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେହିଦିନ ବିଳମ୍ବିତ ରାତିରେ ଜଳନ୍ଧରଙ୍କ ମୃତ୍ୟୁ ହୋଇ ଯାଇଥିଲେ। ସୋମବାର ପୂର୍ବାହ୍ନରେ ବିଶ୍ବାମିତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଇକ୍ ଯୋଗେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଡାକ୍ତର ବିଶ୍ବାମିତ୍ରଙ୍କ ଚିକିତ୍ସା କରିଥିବା ବେଳେ କୌଣସି ରେଜିଷ୍ଟରରେ ତାଙ୍କର ନାମ ପଞ୍ଜୀକରଣ କରାଯାଇ ନାହିଁ। ବିଶ୍ବାମିତ୍ରଙ୍କୁ ମ୍ୟାଲେରିଆ ହୋଇଥିବା ତାଙ୍କ ଚିକିତ୍ସା କରାଯାଇଥିବା କାଗଜରୁ ଜଣାଯାଏ। ସେହିଭଳି ମୃତ ଜଳନ୍ଧରଙ୍କୁ ମଧ୍ୟ ମ୍ୟାଲେରିଆ ଓ ଟାଇଫଏଡ଼ ହୋଇଥିବା ଦର୍ଶାଇ ଚିକିତ୍ସା ଚାଲିଥିବା ତାଙ୍କ ପରିବାରବର୍ଗଙ୍କ ସୂତ୍ରରୁ ଜଣାଯାଏ। ମଙ୍ଗଳବାର ‘ସମ୍ବାଦ’ରେ ଏ ବିଷୟରେ ଖବର ପ୍ରକାଶ ପାଇବା ପରେ କଅଁସର ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସରପଞ୍ଚ ସନାତନ ଦୀପ ଓ ସଇନ୍ତଲା ଏଏସ୍ଆଇ ମାନଭାୟା ନନ୍ଦ ପହଂଚି ସରଜମିନ ତଦନ୍ତ କରିବା ସହ ସଂପୃକ୍ତ ଅଂଚଳରେ କୌଣସି ବ୍ୟକ୍ତିଙ୍କୁ କାଶ, ଜ୍ବର ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାପାଇଁ ପରାମର୍ଶ ଦେଇଥିଲେ। ବିଶ୍ବାମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାଯାଇଛି।
ଜ୍ବରରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ସାଥୀ ଶ୍ରମିକଙ୍କ ଅବସ୍ଥାରେ ଉନ୍ନତି
/sambad/media/post_attachments/wp-content/uploads/2020/04/sf8gh7sf987hsf98h798sfhsfhsfshfhsfsfhhsfhsfsfhsfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)