ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କ ଘରୁ ୧ଲକ୍ଷ ୯୫୦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କଳାହାଣ୍ଡି ଭିଜିଲାନ୍ସ କୋର୍ଟକୁ ପଠାଇଛି ବୋଲି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/01/Untitled-1-7.jpg)
ଶୁକ୍ରବାର ବୋଡ଼େନ ବ୍ଲକ୍ ପଲସଦା ଗ୍ରାମର ଶ୍ରମିକ ଏଜେଣ୍ଟ ଶ୍ରୀନିବାସ ବେହେରା ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କୁ କହିଥିଲେ। ତେବେ ଜଣେ ଶ୍ରମିକଙ୍କ ନାମ ପଞ୍ଜୀକରଣ ବାବଦରେ ୭୦ ଟଙ୍କା ସରକାରୀ ଫିଜ୍ ରହିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଶ୍ରମିକଙ୍କ ପିଛା ୨୦୦ ଟଙ୍କା ଦାବି କରିଥିଲେ। ୨୦୦ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଶ୍ରୀନିବାସଙ୍କ ଠାରୁ ମୋଟ୍ ୪୦ ହଜାର ଟଙ୍କା ନେଉଥିବାବେଳେ ନିଜ କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଶ୍ରମ କାର୍ଯ୍ୟାଳୟ ନିକଟରେ ଶ୍ରୀ ପାଣିଗ୍ରାହୀଙ୍କ ଘର ଥିବାରୁ ଭିଜିଲାନ୍ସ ଟିମ୍ ସେଠାରେ ଚଢ଼ଉ କରି ୧ଲକ୍ଷ ୯୫୦ ନଗଦ ଟଙ୍କା ଜବତ କରିଥିଲା। ଏହି ଚଢ଼ଉରେ ଡିଏସ୍ପି ଶ୍ରୀ ମହାନନ୍ଦଙ୍କ ସମେତ ନୂଆପଡ଼ା ଭିଜିଲାନ୍ସ ଅଫିସର ରାଜେଶ ନାଏକ, ଗୁଣନିଧି ସାହୁ, ଅଜୟ ସିଂ, ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ।
ଜିଲ୍ଲାରେ ଶ୍ରମ ଅଧିକାରୀମାନେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ନୂଆ ନୁହେଁ। ୨୦୧୫ ମସିହାରେ ପୂର୍ବତନ ନୂଆପଡ଼ା ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଅନ୍ୟପଟେ ଗିରଫ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ମୋତେ ୫୭୫ ଟି କାର୍ଡ ପଞ୍ଜୀକରଣ ପାଇଁ ଦେଇଥିଲେ। ସରକାରୀ ନିମୟ ଅନୁଯାୟୀ କାର୍ଡ ପିଛା ୭୦ ଟଙ୍କା ନେଇଛି। ଏହି ଘଟଣାରେ ମୋତେ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/vigilance-2-1.jpg)