ପିଏଚଡି, ଏମଫିଲ୍ ଓ ପିଜିି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟର ଲାବୋରୋଟୋରି

ଭୁବନେଶ୍ବର: ନଭେମ୍ବର ୩୦ରେ ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଏହି ଗାଇଡଲାଇନରେ ଡିସେମ୍ବର ୧ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ କୋଭିଡ ଗାଇଡଲାଇନ ସହ ଖୋଲିବାକୁ ଅନୁମତି ଦେବା ସହ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି ରାଜ୍ୟ ସରକାର କହିଥିଲେ। ଆଜି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସରଣ କରି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି। ପିଏଚଡି, ଏମଫିଲ୍ ଓ ପିଜିି ଛାତ୍ରଛାତ୍ରୀଙ୍କ ପାଇଁ  କଲେଜ ଓ ବିଶ୍ବବିଦ୍ୟାଳୟର ଲାବୋରୋଟୋରିଗୁଡ଼ିକ ଖୋଲିବାକୁ ଏହି ଚିଠିରେ  ନିର୍ଦ୍ଦେଶ ଦିଆଯାଇଛି।

ଚିଠିରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ପିଏଚଡି, ପିଜିି ଓ ଏମ.ଫିଲ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜର ଲାବୋରେଟୋରି ଖୋଲିବାକୁ କୁହାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ଲାବୋରୋଟୋରି କାମ ଆବଶ୍ୟକ କରନ୍ତି, ସେମାନଙ୍କ ଲାଗି ଏହା ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।  କରୋନା କଟକଣା ସହ ଲାବୋରୋଟୋରି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ। 

ସମ୍ବନ୍ଧିତ ଖବର