ବାସୁଦେବପୁର : ମଜୁରି ବଦଳରେ ଶ୍ରମିକଙ୍କୁ ଚେଙ୍କ!

ବାସୁଦେବପୁର : ମାଛଧରା ବୋଟ୍‌ରେ ଜଣେ ଶ୍ରମିକଙ୍କୁ ମଜୁରି ବଦଳରେ ଚେଙ୍କ ଦିଆଯାଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଯାଇଥିବା ଜଣାପଡ଼ିଛି।

ଶ୍ରମିକ ଜଣକ ହେଲେ, ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଡାଙ୍ଗିସାହିର ଅଗଣା ମଳିକ(୫୪)। ଅଗଣା ବାସୁଦେବପୁର ଥାନା ଗୁଆଗଡିଆର ବୋଟ୍‌ ଡ୍ରାଇଭର ଘୁଣ୍ତ ମଳିକଙ୍କ ସହିତ ପାରାଦୀପ ଯାଇଥିଲେ। ସେଠାରେ ଘୁଣ୍ତ ଚଳାଉଥିବା ବୋଟ୍‌ରେ ଅଗଣା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅଗଣାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ମାସିକ ୧୨ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ୪ ମାସ ବିତି ଯାଇଥିଲେ ମଧ୍ୟ କିଛି ବି ପାଉଣା ଦେଇନଥିଲେ। ବରଂ, ଶରୀରର ବିଭିନ୍ନ ସ୍ଥାନରେ ତାଙ୍କୁ ଚେଙ୍କ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବହୁକଷ୍ଟରେ ଲୁଚିଛପି ଅଗଣା ଆଜି ଘରେ ପହଁଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି। ‌େସ ସହକର୍ମୀ ଡ୍ରାଇଭର ଘୁଣ୍ତ ମଳିକଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର