ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ବୁଧବାର ବଜ୍ରପାତ ଘଟି ଲିଙ୍କନ ସୁନା (୨୧ବର୍ଷ) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ଜଣେ ରାଜମିସ୍ତ୍ରି ବାସୁ ସେଠ (୩୦ବର୍ଷ) ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ସ୍ଥାନୀୟ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ କୋଠା ନିର୍ମାଣ ଚାଲିଥିଲା। ସନ୍ଧ୍ୟା ୫ଟାରେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇଥିଲା। ଏଥିରେ ନିୟୋଜିତ ଶ୍ରମିକ ସ୍ଥାନୀୟ ଜବାହରଲାଲ କଲେଜ ନିକଟ ବଡ଼ପଡ଼ା ଲିଙ୍କନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାଜମିସ୍ତ୍ରି ମୁର୍ସିଦାବାଦର ବାସୁ ଗୁରୁତର ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଲିଙ୍କନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାସୁ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-final.jpg)
