ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ

ରାଉରକେଲା : କୁଆରମୁଣ୍ଡା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍‌ରେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ବିଟୁ ସାହୁ । ସେ କାରଖାନାରେ ସଫେଇ କରୁଥିବା ବେଳେ ଗତ ରାତି ପ୍ରାୟ ୨ଟା ବେଳେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁଆରମୁଣ୍ଡା ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର