ଜାନୁଆରିରେ ‘ମୋ ସରକାର’ ଓ ‘୫-ଟି’ ଅଧିନକୁ ଆସିବ ଶ୍ରମ ବିଭାଗ: ଦାଦନ ଶ୍ରମିକ ଚାଲାଣ ରୋକିବାକୁ ସବୁ ରାଜ୍ୟରେ ଖୋଲିବ ହେଲ୍ପଡେସ୍କ

ଭୁବନେଶ୍ବର: ଆସନ୍ତା ଜାନୁଆରି ମାସରୁ ୫-ଟି ଓ ମୋ ସରକାର ଅଧିନକୁ  ଶ୍ରମ ବିଭାଗ ଆସିବ । ଏଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ । ବିଦେଶ ରହି କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଖୁବଶୀଘ୍ର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଜଣାପଡ଼ିଛି । ବିଦେଶରେ ଥିବା ଓଡ଼ିଆ ଶ୍ରମିକଙ୍କ ଲାଗି  ଦିଲ୍ଲୀରେ ରାଜ୍ୟ ସରକାରଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲିବେ । ବିଦେଶ ମନ୍ତ୍ରାଳୟ ସହଯୋଗରେ ଦେଶ ବାହାରେ ଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ।

ସାଙ୍କେତିକ ଫଟୋ

ଅନ୍ୟପକ୍ଷରେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବି ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିଛି । ଏଥିଲାଗି ରାଜ୍ୟର ୧୧ ଜିଲ୍ଲାକୁ  ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଦଲାଲମାନେ କିଭଳି ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ନେଇ ପାରବେ ନାହିଁ ତାହା ଉପରେ ନଜର ରଖାଯାଇଛି ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ଆଦି ୫ଟି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଛି । ଖୁବଶୀଘ୍ର  ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ହେଲ୍ପଡେସ୍କ ଖୋଲିବା ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର