ରାସ୍ତା ପାର୍ଶ୍ୱରେ ପ୍ରବାସୀ ଶ୍ରମିକ, ଅଧାବାଟରେ ଓହ୍ଲାଇଦେଇ ଚାଲିଗଲା ବସ

ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ରାଇପଦାଠାରେ ୨୦ଜଣ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ପାର୍ଶ୍ୱରେ ଥିବାର ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗରଖପୁର ଗ୍ରାମ ଗ୍ରାମପଞ୍ଚାୟତର ୨୦ରୁ ଉର୍ଦ୍ଧ ଶ୍ରମିକ ପଞ୍ଜାବ ରାଜ୍ୟର ଲୁଧିଆନାରେ ଥିବା ଏକ ନିର୍ମାଣ କମ୍ପାନୀରେ କାମ କରୁଥିଲେ I କରୋନା ଯୋଗୁଁ ଦୀର୍ଘ ଦୁଇ ମାସ ଧରି କମ୍ପାନୀ ବନ୍ଦ ହେବାରୁ ଶ୍ରମିକଙ୍କ ଚଳିବାରେ ସମସ୍ୟା ଦେଖା ଦେଲା I

ଶେଷରେ ବାଧ୍ୟ ହୋଇ ଶ୍ରମିକ ମାନେ କମ୍ପାନୀର ସହାୟତାରେ ତିନିଦିନ ପୂର୍ବେ ରାୟଗଡ଼ାକୁ ବସରେ ଯାତ୍ରା ଆରମ୍ଭ କରିଥିଲେ I ହେଲେ ଘୁ.ଉଦୟଗିରି ବ୍ଲକ ସ୍ଥିତ ରାଇପଦାଠାରେ ବସର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା କହି ଗାଡ଼ି ଚାଳକ ଶ୍ରମିକଙ୍କୁ ସେଠାରେ ଓହ୍ଲାଇଦେଇ ଗାୟବ ହୋଇଯାଇଥିଲେ I

ଦୀର୍ଘ ତିନିଦିନ ଧରି ଯାତ୍ରା କରିବା ପରେ ପ୍ରବାସୀ ଶ୍ରମିକ ଭୋକ ଉପାସରେ ଥିବା କହିଛନ୍ତି I ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚି ନ ଥିବା ପ୍ରବାସୀ ଶ୍ରମିକ ସୂଚନା ଦେଇଛନ୍ତି I ଘଟଣା ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ସଂଗ୍ରହ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ |

ସମ୍ବନ୍ଧିତ ଖବର