ରେଳ ଧାରଣାରେ କାମ କରୁଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ରାଇରଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ କୁଦରସାହି ନିକଟସ୍ଥ ରେଳଧାରଣାରେ ଠିକା ଶ୍ରମିକ ଅଜୟ ମାର୍ଣ୍ଡି (୩୫) କାମ କରୁଥିବା ସମୟରେ ହଠାତ ତଳେ ପଡିଯାଇ ଚେତାଶୂନ୍ୟ ହୋଇ ଯାଇଥିଲେ ।ଠିକାଦାର ଓ ସହକର୍ମୀ ମାନେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।। ତାଙ୍କ ଘର ତିରିଂ ଥାନା ତଥା ଝରାଡ଼ିହି ଫାଣ୍ଡି ଅନ୍ତର୍ଗତ କୁଦୁରସାହି ଗ୍ରାମରେ ବୋଲି ଜଣା ପଡ଼ିଛି । ପୋଲିସ ଏନେଇ ତିରିଂ ଥାନାରେ କେସ ନଂ ୧୬/୨୨ ରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି। ଆ°ଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ ହେଉଛି ।

ସମ୍ବନ୍ଧିତ ଖବର