ଆରମ୍ଭ ହେଲା ଶ୍ରମ ଆଇନ କେସ୍‌ ପୋର୍ଟାଲ୍‌

ଭୁବନେଶ୍ବର : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ଶ୍ରମ ଆଇନ୍‌ କେସ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ୍‌ ଜରିଆରେ ଶ୍ରମିକମାନେ ଅନ୍‌ଲାଇନ୍‌ କେସ୍ ପଞ୍ଜୀକୃତ କରିବା ସହ କେସ୍‌ର ସ୍ଥିତି ସମ୍ବନ୍ଧରେ ଜାଣିପାରିବେ ଏବଂ ସେମାନଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଜରିଆରେ ଦାଖଲ କରିଥିବା ମାମଲାର ବିବରଣୀ, ତାରିଖ ଇତ୍ୟାଦି ପଠାଯିବ। ଏହା ଦ୍ବାରା ଶ୍ରମିକମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ସହିତ ଠିକ୍ ସମୟରେ ଉପକୃତ ହୋଇପାରିବେ। ପୂର୍ବରୁ ଶ୍ରମିକମାନେ କେସ୍‌ ସମ୍ପର୍କରେ ଆଦୌ ଅବଗତ ହୋଇପାରୁ ନ ଥିଲେ। ବର୍ତ୍ତମାନ ଏହି ପୋର୍ଟାଲ୍‌ ମାଧ୍ୟମରେ କେସ୍‌ର ସବି‌େଶଷ ବିବରଣୀ ସଂକ୍ରାନ୍ତୀୟ ମେସେଜ୍‌ ଶ୍ରମିକମାନଙ୍କ ମୋବାଇଲ୍‌କୁ ପଠାଯିବାର ବ୍ୟବସ୍ଥା ଶ୍ରମ କରାଯାଇଛି। ବିଶେଷ କରି ଶ୍ରମିକମାନେ କର୍ମଚାରୀ କ୍ଷତିପୂରଣ ଆଇନ୍‌ ୧୯୨୩, ସର୍ବନିମ୍ନ ମଜୁରି ଆଇନ୍ ୧୯୪୮ ଓ ଗ୍ରାଚ୍ୟୁଇଟି ପ୍ରଦାନ ଆଇନ ୧୯୭୨ ଅନୁଯାୟୀ ସମସ୍ତ ସୁବିଧା ପାଇପାରିବେ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର