ବେତନଟୀ ସଦର: ଡହଡହ ଖରାରେ ୪୦ ଡିଗ୍ରି ତାପମାତ୍ରା ଉପରେ ସିଝୁଛି ସାରା ମୟୂରଭଞ୍ଜ ଜିଲ୍ଲା। ଅସହ୍ୟ ଖରାରେ ଦିନ ୧୦ଟା ବେଳକୁ ସାଧାରଣ ଲୋକ ମଧ୍ୟ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଏହାରି ଭିତରେ ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକଙ୍କୁ ବିନା ସୁରକ୍ଷାରେ କାମ କରାଇ ଶ୍ରମିକମାନଙ୍କ ଜୀବନ ସହିତ ଖେଳୁଛନ୍ତି ଠିକାଦାର। ପ୍ରଚଣ୍ଡ ଖରା ସାଙ୍ଗକୁ ପିଚୁ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି ଶ୍ରମିକ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ମୋହନପୁର ନିକଟରେ।
/sambad/media/post_attachments/wp-content/uploads/2024/04/75df1c1a-4a01-4496-b6c9-9a8e94e81bb8.jpeg)
ଠାକୁରମୁଣ୍ଡା ଠାରୁ ରୁପ୍ସା ପର୍ଯ୍ୟନ୍ତ ଏମଡିଆର-୭୦ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ବିଗତ କିଛିଦିନ ହବ ଚାଲିଛି। ହେଲେ ହେଲେ ଉକ୍ତ କାର୍ଯ୍ୟ କରୁଥିବା ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଆରମ୍ଭରୁ ବିବାଦ ଲାଗି ରହିଛି। ପୂର୍ବରୁ ଆରମ୍ଭ ବେଳେ ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ଦିନ ପୂର୍ବରୁ ରାସ୍ତା ମଝିରେ କୂଅ ରଖି ଚାରିପଟେ ପିଚୁ କରିଦେଇ ବିବାରେ ଛନ୍ଦି ହୋଇଥିଲେ। ସେହିଭଳି ଏବେ ପୁଣି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ମନା କରିଛନ୍ତି ରାଜ୍ୟ ସରକାର। ଏହାସହ ଖରାରେ ବାହାରେ କାମ କରିବା ନେଇ କଟକଣା ମଧ୍ୟ ଜାରି କରିଛନ୍ତି। ହେଲେ କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି, ପୂର୍ତ୍ତ ବିଭାଗ ଅଧିନ ଠାକୁରମୁଣ୍ଡା ଠାରୁ ରୁପ୍ସା ପର୍ଯ୍ୟନ୍ତ ଏମଡିଆର-୭୦ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟର ଅଂଶବିଶେଷ ହୋଇଥିବା ବେଳେ ବିନା ସୁରକ୍ଷାରେ କାମ କରୁଛନ୍ତି ଶ୍ରମିକ।
ମୁଣ୍ଡ ଉପରକୁ ସୂର୍ଯ୍ୟ ଆସି ୧୧ଟା ୩୦ ଟପିବା ସତ୍ୱେ ବି ପିଚୁ ରାସ୍ତା ନିର୍ମାଣ କାମ ଜାରି ରହିଥିଲା। ଯୁଆଡେ ଚାହିଁଦେବ କେବଳ ନିଆଁ ବର୍ଷା। କଳା ମଚମଚ ରାସ୍ତାକୁ ଚାହିଁ ଦେଲେ ଗରମ ପବନରେ ମୁହଁ ପୋଡ଼ି ଯାଉଛି। ଯେତେବେଳେ ଘରୁ କେହି ବାହାରକୁ ବାହାରି ପାରୁନାହାଁନ୍ତି, ସେତେବେଳେ କାମ ଚାଲିଛି। ଗ୍ରୀଷ୍ମ ଗୁଳୁଗୁଳିରେ କେବଳ ଜୀବିକା ପାଇଁ ହିଁ ଶ୍ରମିକ ନିଜ ଜୀବନକୁ ବାଜି ଲଗେଇ ଦେଇଛି। ଯେଉଁଠି ଶ୍ରମ ଆଇନ ସମ୍ପୂର୍ଣ ଫେଲ୍ ମାରିଛି।
ତେବେ ଶ୍ରମିକମାନଙ୍କ ମୁଣ୍ଡରେ ନା ଅଛି ଟୋପି, ନା ହାତରେ ଗ୍ଲୋବ୍ସ ନା ପାଦରେ ସୁରକ୍ଷା ଜୋତା। ଏଭଳି ଭାବରେ ଏକାଧିକ ମହିଳା ଓ ପୁରୁଷ ଶ୍ରମିକମାନେ କରୁଛନ୍ତି ପିଚୁକାମ। ଏମିତିକି କିଛି ଶ୍ରମିକଙ୍କ କହିବା କଥା ଯେ ଠିକାଦାର ମାତ୍ର ୨୫୦ଟଙ୍କା ମଜୁରୀ ଦେଇ ତାଙ୍କୁ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କାମ କରାଉଛନ୍ତି। ଠିକାଦାରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଶ୍ରମିକଙ୍କ କାମ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏପରି କି ଏହାର ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର କଥା ମଧ୍ୟ କହିଛନ୍ତି। ହେଲେ ଏଠି ସରକାରଙ୍କ ନାକତଳେ ସରକାରୀ ନିୟକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ତେବେ ଦେଖିବାକୁ ବାକିରହିଲା ଠିକାଦାରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/382aeccc-201d-4e21-814e-bb2256c6776b.jpeg)