ଜଙ୍ଗଲ ବିଭାଗରେ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ୪ ବର୍ଷହେଲା ମିଳିନି ପ୍ରାପ୍ୟ, ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ ଧମକ

ଖଡିଆଳ : ରାଜ୍ୟର ଗରିବ ଶ୍ରେଣୀର ଲୋକେ ନିଜ ନିଜ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟି ନଯିବେ ବୋଲି ଏନଆରଇଜିଏ ପରି ଯୋଜନା ପ୍ରୟଣନ କରି ଗ୍ରାମଂଚଳର ଶ୍ରମିକମାନଙ୍କୁ ସରକାର କାର୍ଯ୍ୟ ଯୋଗାଉଛନ୍ତି । ଏହି ଏନଆରଇଜିଏ ଯୋଜନାର ସିଂହ ଭାଗ କାର୍ଯ୍ୟ ଜଙ୍ଗଲ ବିଭାଗ ଅଧିନରେ, କାରଣ ରାଜ୍ୟର ଅଧିକାଂଶ ସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ ଗଛରୋପଣ ଠାରୁ ଆରମ୍ଭ କରି ଗଛ ଗୁଡିକ ବଡ ହେବା ପର୍ଯ୍ୟନ୍ତ ଏନଆରଇଜିଏ ଯୋଜନାର ଟଙ୍କା ଖର୍ଚ୍ଚ ହେଉଛି। ଏହି ଯୋଜନାର ଉଦ୍ଦେଶ୍ୟ ଗରିବ ଶ୍ରେଣୀର ଶ୍ରମିକ କାର୍ଯ୍ୟ କରି ଠକାମୀର ଶିକାର ନହୋଇ କାର୍ଯ୍ୟ ଶେଷ ହେବାର ଏକ ସପ୍ତାହ ମଧ୍ୟରେ ପାରିଶ୍ରମିକ ଠିକ ସମୟରେ ପାଇ ପାରିବେ । ହେଲେ ଏହି ଯୋଜନାରେ ଖଡିଆଳ ଜଙ୍ଗଲ ବିଭାଗ ଅଧିନରେ ଥିବା ରାଣିମୁଣ୍ଡା ଗ୍ରାମର ୬ ଜଣ ଶ୍ରମିକ ୨୦୧୬ ମସିହାରେ ଏନଆରଇଜିଏ ଯୋଜନାରେ ରାଣିମୁଣ୍ଡା ସ୍ଥିତ ଚଅଁରା, ଚନାପେନ, ବୁଢାରଜା ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଗାତ ଖୋଲିବା, ଗଛରୋପଣ, ପାଣି ସିଂଚନ, ସାର ସିଂଚନ, ଗଛ ସଫା କରିବା, ନାଳ ମାରିବା, ପଥର ପେକିଙ୍ଗ କରିବା ଆଦି କାର୍ଯ୍ୟ ଦୈନିକ ମଜୁରୀ ୧୭୪ ଟଙ୍କା ହିସାବରେ କରିଥିଲେ। ହେଲେ ଏହି ସବୁ କାର୍ଯ୍ୟ ୨୦୧୬ ମସିହା କରିଥିବା ବେଳେ ଆଜକୁ ୫ ବର୍ଷ ହେଲାଣି ସେହି ଶ୍ରମିକମାନେ ୧୭୪ ଟଙ୍କା ହିସାବରେ ୧୮୮ ଦିନର ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି ।

ଏ ସମସ୍ତ ଶ୍ରମିକ ଜଙ୍ଗଲ ବିଭାଗରେ କାର୍ଯ୍ୟ କରି ଟଙ୍କା ପାଇନଥିବାରୁ ଗତ ୫ ବର୍ଷ ହେଲା ଖଡିଆଳ ଜଙ୍ଗଲ ବିଭାଗକୁ ଧାଇ ଧାଇଁ ନୟାନ୍ତ ହୋଇଗଲେଣି । ଏମାନେ ଜଙ୍ଗଲ ବିଭାଗରେ କାର୍ଯ୍ୟକରି ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଟଙ୍କା ପାଇନଥିବାରୁ ନିରାଶ ହୋଇ ସରକାରୀ କାର୍ଯ୍ୟ ବଦଳରେ ଦାଦନ ଶ୍ରମିକ ହୋଇ ଯିବା ଭଲ ବୋଲି କହିଛନ୍ତି। ସେହିପରି ରବି ମଙ୍ଗରାଜ, ତିଲକ୍ଷ ହାତି, ଧନେଶ୍ୱର ତେଜି ଆଦି ଶ୍ରମିକମାନେ ନିଜ ପରିବାର ସହିତ ଦାଦନ ଶ୍ରମିକ ହୋଇ ଅନ୍ୟରାଜ୍ୟକୁ ପଲାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ପୂର୍ବରୁ ପ୍ରତ୍ୟେକ ସପ୍ତାହରେ ଟଙ୍କାଦେବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ବିଷୟ ନେଇ ସତ୍ୟାସତ୍ୟ ଜାଣିବା ପାଇଁ ଆଜି ରାନିମୁଣ୍ଡା ଗ୍ରାମକୁ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ଓ ତାଙ୍କ ସହଯୋଗୀ ରାନିମୁଣ୍ଡା ଗ୍ରାମକୁ ଯାଇ ଶ୍ରମିକ ମାନଙ୍କଠାରୁ ବୁଝି ଜାଣିଲେ ଯେ ପ୍ରକୃତରେ ଜଙ୍ଗଲ ବିଭାଗର ଶ୍ରମିକମାନଙ୍କ ସହିତ ଅନ୍ୟାୟ ହୋଇଛି । ଶ୍ରମିକମାନଙ୍କ ପାରିଶ୍ରମିକ ପାଇ ଦଳିତ ଅଧିକାର ମଞ୍ଚ ଜଙ୍ଗଲ ବିଭାଗ ଡିଏଫଓଙ୍କୁ ଜଣାଇବେ ଓ ଦରକାର ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି । ଏହି ବିଷୟ ନେଇ ଜଙ୍ଗଲ ବିଭାଗର ବନାଞ୍ଚଳ ଅଧିକାରୀ ସଢାନନ୍ଦ ସୁନାନି ସହ ଯୋଗାଯୋଗ କରିବାରୁ ୨୦୧୬ ମସିହାରେ ମୁଁ ନଥିଲି ଯଦି ଶ୍ରମିକ ପାଖରେ କାଗଜପତ୍ର ଅଛି ମୋପାଖକୁ ଅସିଲେ ସମସ୍ୟାର ସମାଧାନ କରିବି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର