ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ୍ରେ ରବି ଋତୁରେ ଧାନ ଚାଷ କାମ ଆରମ୍ଭ ହୋଇଛି। ଧାନ ଚାଷ କାମ ଜୋରଦାର ଚାଲିଥିବାବେଳେ ଏହି ଅଞ୍ଚଳର ଅନେକ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଛନ୍ତି। ଫଳରେ ଧାନ କ୍ଷେତରେ କାମ କରିବାକୁ ଶ୍ରମିକ ଅଭାବ ପଡୁଛନ୍ତି। ଏହି ଧାନ ଚାଷ ସମୟରେ ପଡ଼ୋଶୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଶହ ଶହ ଶ୍ରମିକ ନିୟୋଜିତ ଥିବା ଜଣାପଡ଼ିଛି। ବିଶେଷକରି ମହିଳା ଶ୍ରମିକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳୁଛି। ଏମିତିକି ଏହି ମହିଳା ଶ୍ରମିକମାନେ ବ୍ରହ୍ମଗିରି ବସ୍ଷ୍ଟାଣ୍ତଠାରେ ଆସି ଏକତ୍ର ହେଉଛନ୍ତି। ଏଠାରୁ ବିଭିନ୍ନ ସ୍ଥାନକୁ ଲୋକେ ସେମାନଙ୍କ ଧାନ କ୍ଷେତରେ କାମ କରିବାକୁ ନେଉଛନ୍ତି। ଏବେ ସୁଦ୍ଧା ୪ ହଜାରରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକ ବ୍ରହ୍ମଗିରିର ବିଭିନ୍ନ ଅଳରେ ରହି କାମ କରୁଛନ୍ତି। ସକାଳୁ ସକାଳୁ ଏହି ଶ୍ରମିକମାନେ ଧାନ କ୍ଷେତରେ କାମ କରିବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା କେତେ, କେଉଁଠି ଏମାନେ କାମ କରୁଛନ୍ତି, ସୁରକ୍ଷା ବ୍ୟବସ୍ଥା କ'ଣ ରହିଛି ଏସବୁ ନେଇ ଶ୍ରମ ବିଭାଗ ଏବଂ ସ୍ଥାନୀୟ ଜିଲ୍ଲା ଶ୍ରମ ବିଭାଗ ଖବର ରଖିବା ସହ ଆବଶ୍ୟକ ସୁରକ୍ଷା ଭିତ୍ତିକ ପଦକ୍ଷେପ ନେବାକୁ ଦାବି ହେଉଛି। କାମ ବେଳେ ଯଦି କିଛି ଅଘଟଣ ଘଟେ ସେହି ଶ୍ରମିକଙ୍କ ପରିବାରକୁ ପ୍ରଶାସନ କିଭଳି କ୍ଷତିପୂରଣ ଦେବ ସେ ନେଇ ପ୍ରଶ୍ନବାଚୀ ଉପୁଜିଛି। ଏହାରି ଭିତରେ ଏଠାକୁ ଆସୁଥିବା ଶ୍ରମିକଙ୍କ ମତ ହେଲା ସେମାନଙ୍କ ଗାଁ ଗହଳିରେ କାମ ମିଳୁନି। ଘର ଚଳିବା କଷ୍ଟ ହେଉଛି। ଦୁଇ ମାସ ଏଠାରେ କାମ କଲେ କିଛି ରୋଜଗାର ହୋଇଯିବ। ଆଉ ନିଜର ପରିବାର ପ୍ରତିପୋଷଣ ହୋଇ ପାରିବ। ସରକାରଙ୍କର ଶ୍ରମିକଙ୍କ ପାଇଁ ଥିବା ଯୋଜନା ଆଉ ସୁରକ୍ଷା ବ୍ୟବସ୍ଥା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।
ବ୍ରହ୍ମଗିରି ବ୍ଲକ୍ରେ ଧାନ କ୍ଷେତ ପାଇଁ ଶ୍ରମ ଶକ୍ତିର ଅଭାବ : ଅନ୍ୟ ଜିଲ୍ଲାରୁ ଆସୁଛନ୍ତି ଶ୍ରମିକ
/sambad/media/post_attachments/wp-content/uploads/2020/01/paddy-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)