କଟକ : କଟକ ପୁଲିସ ସିଗନାଲ ମୁଖ୍ୟାଳୟ ନିକଟରେ ପାଇପ୍ ଲାଇନ୍ ଭିତରେ କାମ କରୁକରୁ ଫସିଯାଇଛନ୍ତି ଶ୍ରମିକ। ଜାଇକା ପକ୍ଷରୁ ନାଳ କାମ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି। ତାଙ୍କ ନାମ ପ୍ରାଣକୃଷ୍ଣ ମୁଦୁଲି ବୋଲି ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଜାରି ରଖଛନ୍ତି। ସେ ଫସି ରହିଥିବା ପାଇପକୁ ୬ ଇଞ୍ଚ କଟାଯିବା ପରେ ମୁଦୁଲିଙ୍କୁ ଉଦ୍ଧାର କରାଯିବ। ବର୍ତ୍ତମାନ ପାଇପ୍ କଟା କାମ ଜାରି ରହିଛି। ଫସିଯାଇଥିବା ଶ୍ରମିକଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯିବା ସହ ପିଇବା ଲାଗି ପାଣି ଦିଆଯାଉଛି। କଟାକଟି ବେଳେ ତାଙ୍କ ଆଖିରେ ଗୁଣ୍ଡ ନ ପଡ଼ିବା ଲାଗି କଳାଚଷମା ମଧ୍ୟ ଯୋଗାଇ ଦିଆଯାଇଛି।
/sambad/media/post_attachments/wp-content/uploads/2018/05/3-18-768x389.jpg)
ସୂଚନାଯୋଗ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମର କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଅନବରତ ପ୍ରୟାସ ଜାରି ରଖିଛନ୍ତି। ଗତକାଲି ଲଗାଣ ବର୍ଷା ଯୋଗୁଁ ଉକ୍ତ ଅଂଚଳରେ ପାଣି ଜମି ଯାଇଥିଲା। ଆଉ ସେଠାରେ ଥିବା ଖାଲ ଖମାରେ ପାଣି ଭର୍ତ୍ତି ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରୁ ପାଣି ହଟାଇବା ପାଇଁ ପମ୍ପ ଚାଲୁ କରାଯାଇଥିବା ବେଳେ ପାଣିର ପ୍ରେସର ଯୋଗୁଁ ଶ୍ରମିକ ଜଣକ ପାଇପ୍ ଭିତରକୁ ପଶିଯାଇଥିଲେ। ପାଖାପାଖି ୨୦ରୁ ୨୨ ଫୁଟ ତଳେ ଶ୍ରମିକ ଜଣକ ଅଛନ୍ତି। ପ୍ରାୟ ୩ ଘଂଟା ହେଲାଣି ଶ୍ରମିକଙ୍କୁ ବଂଚାଇବା ପାଇଁ ଚେଷ୍ଟା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Labour-in-Pipe_Thumbnail.jpg)