ସିମେଣ୍ଟ କାରଖାନା ଆଗରେ ଧାରଣା ଦେଲା ଶ୍ରମିକ ସଂଘ, ଉତ୍ପାଦନ ବାଧାପ୍ରାପ୍ତ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି। ଶ୍ରମିକ ସଂଘ କହିବା ଅନୁଯାୟୀ ୨୦୦୩ ମସିହାରୁ ଏଠାରେ ସିମେଣ୍ଟ କାରଖାନା ଆମ ଅଞ୍ଚଳରେ ଆରମ୍ଭ ହୋଇଥିଲା ଓ ସେତେବେଳେ କମ୍ପାନି କତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି, ଅଞ୍ଚଳର ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ କରିଥିଲେ ସିମେଣ୍ଟ କାରଖାନା। କିନ୍ତୁ ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ବିଭିନ୍ନ ଆ, ଦେଖାଇ କାର୍ଯ୍ୟରୁ ଅନ୍ତର କରିଦେବା ସହ ପଡୋଶୀ ଆନ୍ଧ୍ର ଶ୍ରମିକମାନଙ୍କୁ ଆଣି ନିଯୁକ୍ତି ଦେଉଛି।

ଏମିତିକି ବର୍ଷ ବର୍ଷ ଧରି କମ୍ପାନିରେ କାର୍ଯ୍ୟରତ ଶ୍ରମିକଙ୍କୁ ବିଧିବଦ୍ଧ ନିଯୁକ୍ତିପତ୍ର ନ ଦେଇ ମନଇଚ୍ଛା କାମରୁ ବାହାର କରି ଦେଉଛି। ଦୀର୍ଘ ବର୍ଷ କାମ କଲେ ମଧ୍ୟ କମ୍ପାନି ପକ୍ଷରୁ ନା ସେମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁଛି ନା ଇପିଏଫ୍‌ ଭଳି ସୁବିଧା ମିଳୁଛି। କାର୍ଯ୍ୟରତ ସମୟରେ କୌଣସି ଶ୍ରମିକ ମୃତାହତ ହେଲେ ତାହାପାଇଁ ମଧ୍ୟ କୌଣସି କ୍ଷତିପୂରଣର ବ୍ୟବସ୍ଥା ନାହିଁ। ଏହିପରି ଯଦିଓ କୌଣସି ବ୍ୟକ୍ତି ଅଭିଯୋଗ କରେ ତାହାହେଲେ କମ୍ପାନି ସଂପୃକ୍ତ ବ୍ୟକ୍ତିଙ୍କୁ ଡିଉଟି ନ ଦେବା ସହ କାର୍ଯ୍ୟରୁ ମଧ୍ୟ ବାହାର କରିଦେଉଛି।

କମ୍ପାନି କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ଧରି ନିଜ ରାଜ ଚାଇଆସୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଦାବି ଗୁଡିକ ହେଲା ୧.ସିମେଣ୍ଟ କାରଖାନା ଓ ଖଣି ଖନନ ଲାଗି ଜମି ହରା ପରିବାରଙ୍କୁ ପ୍ରତିଶ୍ରୁତି। ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ଦିଆଯାଉ। କମ୍ପାନିରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତରେ ନିଯୁକ୍ତି ଦିଆଯାଉ, ଯେଉଁ ଶ୍ରମିକଙ୍କୁ କମ୍ପାନି କାର୍ଯ୍ୟରୁ ବାହାର କରିଦେଇଛି ସେମାଙ୍କ ପୁନଃ ନିଯୁକ୍ତି ଦିଆଯାଉ। କମ୍ପାନିରେ ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ସରକାରଙ୍କ ଦ୍ବାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନକରାଯାଉ। କମ୍ପାନିରେ କାର୍ଯ୍ୟରତ ସାମୟରେ ଆହତ ଓ ମୃତାହତ ହେଲେ ଶ୍ରମିକଙ୍କୁ କ୍ଷତିପୂରଣ ଦିଆଯାଉ। କମ୍ପାନିରେ କାର୍ଯ୍ୟରତ ସମସ୍ତ ଶ୍ରମିକ, ଡ୍ରାଇଭରଙ୍କ ଦରମାକୁ ଦର ବୃଦ୍ଧି ଅନୁପାତରେ ନିୟମିତ ବୃଦ୍ଧି କରାଯାଉ। କମ୍ପାନି ମନଇଚ୍ଛା ବ୍ଳଷ୍ଟିଂ କରିବା ଫଳରେ ସ୍ଥାନୀୟ ଲୋକଙ୍କୁ ଘର, ଗୃହପାଳିତ ପଶୁ ଏବଂ ଧନ-ଜୀବନ କ୍ଷୟକ୍ଷତି ହେଉଥିବାରୁ ନିୟନ୍ତ୍ରଣ କରି ଓ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ତାର ସିଏସ୍‌ଆର ପଲିସି ଏବଂ ଅନ୍ୟାନ୍ୟ ପାଣ୍ଠିରୁ ଆର୍ଥ ଖର୍ଚକରି ଅଞ୍ଚଳର ଉନ୍ନତି କରୁ।

ସମ୍ବନ୍ଧିତ ଖବର