ଲକଡାଉନ ପରେ କଳାହାଣ୍ଡି ଆସିବାକୁ ୪୬ ହଜାରରୁ ଉର୍ଦ୍ଧ୍ବ ଦାଦନ ବିଭିନ୍ନ ରାଜ୍ୟରେ କରିଛନ୍ତି ଅପେକ୍ଷା

ଜିଲ୍ଲାରେ ୬୩ଟି କେନ୍ଦ୍ରରେ ୯୧୦ ଜଣ ଦାଦନ ଶ୍ରମିକ ସଙ୍ଗରୋଧ ରେ ଅଛନ୍ତି

ଭବାନୀପାଟଣା : ଲକଡାଉନ ପରେ କଳାହାଣ୍ଡି ଜିଲ୍ଲାର ୪୬ ହଜାର ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରୁ ଆସିବା ପାଇଁ ଅପେକ୍ଷା କରିଛନ୍ତି । ଏପର୍ୟ୍ୟନ୍ତ ୪ ହଜାର ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ପଞ୍ଜିକୃତ କରିଛନ୍ତି । ଜିଲ୍ଲାର ୬୩ ଟି ସଙ୍ଗରୋଧ କେନ୍ଦ୍ରରେ ୯୧୦ ଜଣ ଦାଦନ ଶ୍ରମିକ ସଙ୍ଗରୋଧରେ ଅଛନ୍ତି । ଜିଲ୍ଲା ପ୍ରଶାସନର ପ୍ରାଥମିକ ଆକଳନରୁ ପ୍ରାୟ ୪୬ ହଜାର ରୁ ଉର୍ଦ୍ଧ୍ଵ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ ରହିଥିବା ବେଳେ ଲକଡାଉନ ପରେ ଜିଲ୍ଲାକୁ ଆସିବା ପାଇଁ ଅପେକ୍ଷାରେ ରହିଛନ୍ତି । ଆନ୍ଧ୍ରପ୍ରଦେଶ ରେ ୭୭୧୨ ଜଣ, ଆସାମ ରେ ୩୧ ଜଣ, କର୍ଣ୍ଣାଟକ ରେ ୩୨୩୧ ଜଣ, କେରଳରେ ୪୬୧୯ ଜଣ, ତାମିଲନାଡୁ ରେ ୪୬୩୬ ଜଣ, ତେଲେଙ୍ଗାନା ରେ ୩୪୦୭ ଜଣ, ତ୍ରିପୁରାରେ ୨୦୫ ଜଣ, ଗୋଆ ରେ ୨୩୭୬ ଜଣ, ମହାରାଷ୍ଟ୍ର ରେ ୫୪୯୯ ଜଣ, ଛତିଶଗଡ଼ ରେ ୪୧୬୧ ଜଣ, ଗୁଜରାଟ ରେ ୬୨୧୮ ଜଣ, ରାଜସ୍ଥାନ ରେ ୪୮୯ ଜଣ, ଦିଲ୍ଲୀରେ ୪୬୨ ଜଣ, ବିହାର ରେ ୨୬ ଜଣ, ପଶ୍ଚିମବଙ୍ଗ ରେ ୯୩ ଜଣ, ପଞ୍ଜାବ ରେ ୧୨୯ ଜଣ, ଜାମ୍ମୁକାଶ୍ମୀର ରେ ୧୨୧ ଜଣ, ଝାଡ଼ଖଣ୍ଡ ରେ ୧୦୧ ଜଣ, ମଧ୍ୟପ୍ରଦେଶ ରେ ୧୭୭ ଜଣ, ଉତ୍ତରପ୍ରଦେଶ ରେ ୨୭୧ ଜଣ, ଉତ୍ତରାଖଣ୍ଡ ରେ ୧୬ ଜଣ, ହିମାଚଳ ପ୍ରଦେଶ ରେ ୬୬ ଜଣ, ହରିଆନା ରେ ୪୩ ଜଣ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୨୬୫ ଜଣ ଦାଦନ ଶ୍ରମିକ ଓ ଲକଡାଉନ ଘୁଞ୍ଚିବାକୁ ଅପେକ୍ଷା କରିଛନ୍ତି ।

ଲକଡାଉନ ଉଠିଯିବା ପରେ କଳାହାଣ୍ଡି ଜିଲ୍ଲା ନିଜ ଭିଟାମାଟି କୁ ଫେରିବାର ସମ୍ବାବନା ଥିବା ଜିଲ୍ଲା ପ୍ରଶାସନ ର ଏକ ସର୍ଭେ ଆକଲନରୁ ଜଣାପଡିଛି । କଳାହାଣ୍ଡି ଜିଲ୍ଲାର ୪୬ ହଜାର ୨୫୪ ଜଣ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ କାର୍ୟ୍ୟ ରେ ନିୟୋଜିତ ଅଛନ୍ତି । ରିପୋର୍ଟ ଲେଖା ହେଲା ପର୍ୟ୍ୟନ୍ତ କଳାହାଣ୍ଡି ଜିଲ୍ଲା କୁ ବିଭିନ୍ନ ରାଜ୍ୟରୁ ଫେରିବାକୁ ୪ ହଜାର ରୁ ଉର୍ଦ୍ଧ୍ବ ଆବେଦନ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଲକଡାଉନ ସମୟରେ ୯୧୦ ଜଣ ଦାଦନ ଶ୍ରମିକ ଆସି ୬୩ଟି କେନ୍ଦ୍ରରେ ସଙ୍ଗରୋଧ ରେ ଅଛନ୍ତି । ଥୁଆମୂଳ ରାମପୁର ବ୍ଲକ ର ୨ ଟି କେନ୍ଦ୍ରରେ ୧୫ ଜଣ, ମଦନପୁର ରାମପୁର ବ୍ଳକରେ ୫ ଟି କେନ୍ଦ୍ରରେ ୪୭ ଜଣ, ଜୟପାଟଣା ବ୍ଳକରେ ୩ଟି କେନ୍ଦ୍ରରେ ୪୦ ଜଣ, ଜୁନାଗଡ଼ ବ୍ଳକରେ ୯ ଟି କେନ୍ଦ୍ରରେ ୮୭ ଜଣ, ଲାଞ୍ଜିଗଡ଼ ବ୍ଳକରେ ଗୋଟିଏ କେନ୍ଦ୍ରରେ ୨୨ ଜଣ, ନର୍ଲା ବ୍ଳକରେ ୨ଟି କେନ୍ଦ୍ରରେ ୧୬ ଜଣ, ଗୋଳମୁଣ୍ଡା ବ୍ଳକରେ ୯ ଟି କେନ୍ଦ୍ରରେ ୧୬୩ ଜଣ, କରଳାମୁଣ୍ଡା ବ୍ଳକରେ ଗୋଟିଏ କେନ୍ଦ୍ରରେ ୨ ଜଣ, କଲମପୁର ବ୍ଳକରେ ୨ ଟି କେନ୍ଦ୍ରରେ ୨୨ ଜଣ, କେସିଙ୍ଗା ବ୍ଳକରେ ୯ ଟି କେନ୍ଦ୍ରରେ ୨୧୩ ଜଣ, ଭବାନୀପାଟଣା ବ୍ଳକରେ ୬ ଟି କେନ୍ଦ୍ରରେ ୭୭ ଜଣ, କୋକସରା ବ୍ଳକରେ ୯ ଟି କେନ୍ଦ୍ରରେ ୧୦୯ ଜଣ, ଧର୍ମଗଡ଼ ବ୍ଳକରେ ୫ଟି କେନ୍ଦ୍ରରେ ୯୭ ଜଣ ସଙ୍ଗରୋଧ ରେ ଅଛନ୍ତି ।

ଜିଲ୍ଲାରେ ସମୁଦାୟ ୬୩ଟି କେନ୍ଦ୍ରରେ ୯୧୦ ଜଣ ସଙ୍ଗରୋଧ ରେ ଅଛନ୍ତି । ଲକଡାଉନ ଉଠିଯିବା ପରେ ହଜାର ହଜାର ଦାଦନ ଶ୍ରମିକ ନିଜ ଭିଟାମାଟି କୁ ଫେରିବା ପାଇଁ ଅପେକ୍ଷା ରେ ଅଛନ୍ତି । ଏତେ ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ଏବଂ ସେମାନଙ୍କ କୋଭିଡ ପରୀକ୍ଷା ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହେବ । ରାଜ୍ୟ ସରକାର ଏ ନେଇ ହସ୍ତକ୍ଷେପ କରିବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର