ରାୟଗଡ଼ା: ୨୦୦୪ ମସିହା ପରେ ଯେଉଁ ରେଳବାଇ କର୍ମଚାରୀମାନେ ନିଯୁକ୍ତ ପାଇଛନ୍ତି ସେମାନଙ୍କୁ ନୂତନ ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥାରେ ସାମିଲ କରିବା ଦାବି ନେଇ ଅଲ୍ ଇଣ୍ଡିଆ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସଂପାଦକ କମରେଡ୍ ଶ୍ରୀ ମିଶ୍ରା ଏବଂ ବିଶାଖାପାଟଣମ୍ ଜୋନାଲ ସଂପାଦକ ପି.କେ.ପାଢୀଙ୍କ ଆହ୍ୱାନରେ ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଅନ୍ତର୍ଗତ ପୂବର୍ତଟ ରେଳବାଇ ଶ୍ରମିକ ୟୁନିୟନ୍ ରାୟଗଡା ଶାଖା ପକ୍ଷରୁ ଆଜି ଶ୍ରମିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ଧାରଣାରେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସହ-ସାଧାରଣ ସଂପାଦକ ଏବଂ ବିଶାଖାପାଟଣାମ୍ ଡେପୁଟି ଡିଭିଜନାଲ ସଂଯୋଜକ ଅଶୋକ କୁମାର ପାଢୀ ଏବଂ ରାୟଗଡା ଶାଖା ସଂପାଦକ ବି.ଏମ.କେ ରେଡ୍ଡିଙ୍କ ନେତୃତ୍ୱରେ ୟୁନିୟନର ଶତାଧିକ ସଦସ୍ୟ ତଥା ରେଳବାଇ କର୍ମଚାରୀମାନେ ଲାଗୁ ହୋଇଥିବା ବିଭାଗୀୟ ନୂଆ ପେନସନ୍ ବ୍ୟବସ୍ଥାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାୟଗଡ଼ା ଶାଖାରେ ୧୭୦୦ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ୧୧୦୦ଜଣ ନୂତନ ଏବଂ ୬୦୦ଜଣ ପୁରୁଣା କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ତେବେ ୨୦୦୪ବର୍ଷ ପୂର୍ବରୁ ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା ପୁରୁଣା ପେନସନ୍ ବ୍ୟବସ୍ଥାରେ ପୁରୁଣା କର୍ମଚାରୀମାନେ ଉପକୃତ ହୋଇପାରୁଥିବା ବେଳେ ୨୦୦୪ବର୍ଷ ଠାରୁ ନିଯୁକ୍ତ ପାଇଥିବା ନୂତନ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ନୂତନ ପେନସନ୍ ବ୍ୟବସ୍ଥା ଯୋଗୁଁ ଅନେକ କର୍ମଚାରୀ ସିଧାସଳଖ ଭାବେ ପ୍ରଭାବିତ ହେବେ।ସେମାନଙ୍କ ଭବିଷ୍ୟତ ଅନ୍ଧାରରେ ଚାଲିଯିବ ତେଣୁ ସେମାନଙ୍କୁ ସାହାର୍ଯ୍ୟ କରିବା ସହ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ କରିବା ପାଇଁ ଦାବି କରାଯାଇ ଧାରଣା ଦିଆଯାଇଛି ବୋଲି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ବବିଲି ଶାଖାର କେନ୍ଦ୍ରୀୟ କାର୍ଯ୍ୟାଳୟ ସଦସ୍ୟ ବି.ଭି.ରାମଣା,ସଂପାଦକ ଏସ.ରବି କୁମାରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-Railway-worker-strike-3.jpg)