ଆଜି ପହଞ୍ଚିବ ଗୋଟିଏ ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଅଭିମୁଖେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ‌ ଜାରି ରହିଛି। ରବିବାର ତାମିଲନାଡ଼ୁର ବିରୁଧନଗରରୁ ବା‌ଲେଶ୍ବର ଅଭିମୁଖେ ବାହାରିଥିବା ଗୋଟିଏ ଟ୍ରେନ୍‌ ଆଜି ପହଞ୍ଚିଛି। ଏଥିସହ ଆଜି ଆଉ ଏକ ଟ୍ରେନ୍‌ ଉତ୍ତର ପ୍ରଦେଶର ଖଲ୍ଲିଲାବାଦରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହା ମଙ୍ଗଳବାର ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୪ ତାରିଖ ସୁଦ୍ଧା ଓଡ଼ିଶାରେ ୨୩୭ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିଛି।

ସମ୍ବନ୍ଧିତ ଖବର