ଭଦ୍ରକ: ଭଦ୍ରକ ଜିଲ୍ଲାରେ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ବିଶେଷ କରି ଖରିଫ୍ ଧାନ ଚାଷ କରି ଲୋକେ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଅତୀତରେ ମଧ୍ୟ ରବି ଫସଲ ଆଶାନୁରୂପକ ଭାବେ ସଫଳ ହେଉଥିଲା। ମାତ୍ର କିଛି ବର୍ଷ ହେଲା ଜିଲ୍ଲାରେ ଖରିଫ୍ ଧାନ ଚାଷ ପରେ ରବି ଫସଲ ଉପରେ ଆଉ ଚାଷୀ ଆଗ୍ରହ ପ୍ରକାଶ କରୁନାହିଁ। ରବି ଫସଲ ଉପରେ ଚାଷୀ ଆଗ୍ରହ ପ୍ରକାଶ ନ କରିବା ପଛରେ ଅନେକ କାରଣ ରହିଥିବା ‌େବଳେ ମୁଖ୍ୟତଃ ଜଳ ସଂକଟ ଏଥିପାଇଁ ବାଧକ ସାଜିଛି।

Advertisment

ଜିଲ୍ଲାରେ ମୋଟ ୧ ଲକ୍ଷ ୭୧ ହଜାର ହେକ୍ଟର ଚାଷ ଜମି ରହିଥିବା ବେଳେ ଚଳିତ ବର୍ଷ ଏହି ଜମିରୁ ୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ କେବଳ ଧାନ ଚାଷ ହୋଇଛି। ଖରିଫ୍ ଧାନ ଚାଷ ପରେ ପରେ ଲୋକେ ରବି ଚାଷ ଆରମ୍ଭ କରିଥାନ୍ତି। ଗତ ବର୍ଷ ଜିଲ୍ଲାରେ ମାତ୍ର ୩୦ ହଜାର ହେକ୍ଟର ଜମିରେ ରବି ଫସଲ ହୋଇଥିବା ବେଳେ ଏଥର ଜିଲ୍ଲାରେ ୩୫ ହଜାର ହେକ୍ଟର ଜମିରେ ରବି ଫସଲ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ରଖିଛି। ରବି ଚାଷରେ ଖରାଟିଆ ଧାନ ଚାଷ କରାଯାଉଥିବା ବେଳେ ଡାଲି, ତୈଳବୀଜ ଓ ପନିପରିବ‌ା ଚାଷ କରାଯାଉଛି। ଚଳିତ ବର୍ଷ ରବି ଚାଷରେ ମାତ୍ର ୩ ହଜାର ୫ ଶହ ୪୦ ହେକ୍ଟର ଜମିରେ ରବି ଧାନ ଚାଷ କରାଯିବ। ସେହିପରି ୨୦ ହଜାର ‌ ୫୦ ହେକ୍ଟର ଜମିରେ କେବଳ ଡାଲି ଜାତୀୟ ଚାଷ କରାଯିବାକୁ ଥିବାବେଳେ ୨ ହଜାର ୫୬୦ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଚାଷ କରାଯିବ। ସେହିପରି ୧ ହଜାର ୮୧୦ ହେକ୍ଟର ଜମିରେ ମସଲା ଜାତୀୟ ଚାଷ କରାଯିବ। ୬ ହଜାର ୪୫୦ ହେକ୍ଟର ଜମିରେ ପନିପରିବା ଚାଷ କରାଯିବ।

ଜିଲ୍ଲାରେ ବିପୁଳ ଚାଷ ଜମି ରହିଥିଲେ ମଧ୍ୟ ରବି ଫସଲ କରିବା ପାଇଁ ଲୋକେ ଆଉ ଆଗଭଳି ମନ ବଳାଉ ନାହାନ୍ତି। ଜିଲ୍ଲାରେ ମାତ୍ର ୨୫ ପ୍ରତିଶତ ଜମିରେ ରବି ଚାଷ କରାଯାଉ ନଥିବାରୁ ବହୁ ପରିମାଣରେ ଜମି ପଡିଆ ପଡୁଛି। ଏହାକୁ ନେଇ ଜିଲ୍ଲା କୃଷି ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଗତବର୍ଷ ଜିଲ୍ଲା‌େର ମୋଟ ଚାଷ ଜମିର ୪୦ ପ୍ରତିଶତ ଜମିରେ ରବି ଫସଲ କରାଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୩୦ ହଜାର ହେକ୍ଟର ଜମିରେ ଏହି ଚାଷ କରାଯାଇଥିଲା। ଜଳ ସଂକଟ ପାଇଁ ଜିଲ୍ଲାରେ ରବି ଚାଷ ଆଗେଇ ପାରୁନାହିଁ। ପୂର୍ବରୁ କେନାଲ ମାଧ୍ୟମରେ ରବି ଧାନ ଚାଷ ପାଇଁ ଜଳ ସେଚନର ସୁବିଧା ଯୋଗାଇ ଦିଆଯାଉଥିଲା। ମାତ୍ର ଏଇ ୧୦ ବର୍ଷ ଭିତରେ କ୍ରମାଗତ ଭାବେ ଜିଲ୍ଲାରେ ରବି ଧାନ ଚାଷ ପ୍ରତି ଚାଷୀ ମନ ବଳାଉନାହାନ୍ତି।

ନାହିଁ। ଚାଷୀଙ୍କୁ ଖରାଟିଆ ଧାନ ଚାଷ ପାଇଁ ସମବାୟ ଋଣ ସୁବିଧା ମିଳି ନ ଥିବା ବେଳେ ସାର ବିଷ , କୀଟନାଷକ ‌ ଔଷଧର ମୂଲ୍ୟ ବୃଦ୍ଧି ଘଟିବା ମଧ୍ୟ ଅନ୍ୟତମ କାରଣ ହୋଇଛି। ସେହିପରି ଖରାଟିଆ ଧାନ ଅମଳ ବେଳେ ଅଦିନିଆ ବର୍ଷା ଓ କୁଆପଥର ମାଡ ଚାଷୀର ଅମଳ ଧାନକୁ ନଷ୍ଟ କରି ଦେବା ସହ ଅନେକ ଧାନ ଅମଳ ବେଳେ ଗଜା ହୋଇ ନଷ୍ଟ ହୋଇଗଲା। ଅନ୍ୟପକ୍ଷରେ ରବି ଧାନ ଅମଳ ପରେ ଏହାକୁ ଉପଯୁକ୍ତ ମୂଲ୍ୟରେ ସରକାର କ୍ରୟ କଲେନାହିଁ। ସବୁକ୍ଷେତ୍ରରେ ରବି ଚାଷୀ କ୍ଷତି ସହୁଛନ୍ତି। ଜିଲ୍ଲାରେ ରବି ଚାଷ ପାଇଁ ଯେଉଁ ସବୁ ଉଠାଜଳସେଚନ ବସାଇଥିଲେ। ତାହା ମଧ୍ୟ ଅନେକ ସ୍ଥାନରେ ଅଚଳ ହୋଇ ପଡିବା ପରେ ରବି ଫସଲ କରିଥିବା ଚାଷୀଙ୍କର ଡାଲି ଜାତୀୟ କ୍ଷେତ ଓ ପନିପରିବା କ୍ଷେତକୁ ଜଳସେଚନର ସୁବିଧା ଠିକ୍‌ଭାବେ ହେଲାନାହିଁ। ଜିଲ୍ଲାରେ ମୋଟ ୧୬ ହଜାର ୮୮୦ ହେକ୍ଟର ଜମିକୁ ଉଠା ଜଳସେଚନ ପଏଣ୍ଟ ଦ୍ବାରା ଜଳ ସେଚନର ସବିଧା ମିଳୁଥିବା ବେଳେ ଅନ୍ୟ ଉପାୟରେ ମାତ୍ର ୧୦ ହଜାର ହେକ୍ଟର ଜମିକୁ ଜଳ ସେଚନର ସୁବିଧା କରାଯାଉଛି। ବିଶେଷ କରି ଜିଲ୍ଲାର ବନ୍ତ, ଭଦ୍ରକ, ତିହିଡି ବ୍ଲକରେ ଚାଷ ଜମିରେ ସାଳନ୍ଦୀ ନଦୀର କେନାଲ ଦ୍ବାରା ଜଳସେଚନ କରାଯାଉଥିଲା। ଖରାଦିନେ ନଦୀ ଶୁଖି ଯାଉଥିବାରୁ କେନାଲ ବି ଶୁଖିଲା ପଡିଲା। ଧାନ, ଡାଲି, ତୈଳବୀଜ ଚାଷ ଜିଲ୍ଲାରେ ଫିକାପଡିଛି।