ହାଟ ବ୍ୟବସାୟୀଙ୍କ ପାଇଁ ଜାଗା ଅଭାବ

ଗଡ଼ିଶାଗୋଦା : କଣାସ ବ୍ଲକ୍‌ ଅନ୍ତର୍ଗତ ବଡାଲ ଗ୍ରାମପଞ୍ଚାୟତର ଅଡାଲଠାରେ ପ୍ରତ୍ୟେକ ଗୁରୁବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହେଉଛି। ତେବେ ଏହି ହାଟ ପାଇଁ ଆବଶ୍ୟକ ଜାଗା ନଥିବା ସହିତ ବେପାରୀମାନେ ବସିବାପାଇଁ ଚାଳି ନ ଥିବାରୁ ବେପାରୀମାନେ ରାସ୍ତାଉପରେ ପରିବା ଗଦା କରି ବେପାର କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତ ପାଇଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଆଜି ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ବ୍ୟବସାୟୀମାନେ ପରିବା ବିକିବା ପାଇଁ ଛତାଟାଣି ବସିଥିଲେ ମଧ୍ୟ ଅତ୍ୟଧିକ ବର୍ଷା ଯୋଗୁଁ ପରିବା ଭାସିଯାଉଥିବା ଦେଖାଯାଇଥିଲା। ପଞ୍ଚୟତ ତରଫରୁ ତୁରନ୍ତ ସ୍ଥାୟୀ ହାଟପାଇଁ ଜାଗା ନିଧାରଣ କରି ବ୍ୟବସାୟୀମାନଙ୍କୁ ଚାଳିକରି ଥଇଥାନ କରିବାପାଇଁ ଦାବିହେଉଛି।

ସମ୍ବନ୍ଧିତ ଖବର