ବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ମହିଳା କନେଷ୍ଟବଳ ଚମ୍ପା ମେହେର ତାଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କ ସହ କ୍ୱାଟର୍ସରେ ରହୁଥିଲେ। ସେ ଜିଲ୍ଲା କୋଷାଗାରରେ ପହରା କାର୍ଯ୍ୟରେ ନିୟୋଜିତ ଥିଲେ। ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଚମ୍ପା ମେହେରଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/e24168c0-1d79-45d3-b82c-f579fb0fe710.jpeg)