ମାଲକାନଗିରି :ମାତୃ ଦିବସରେ ଜଣେ ମହିଳା କନେଷ୍ଟବଳ ମାନବିକତା ଦେଖାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରକ୍ତଦାନ କରି ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ବଞ୍ଚାଇଲେ ମାଲକାନଗିରି ଜିଲ୍ଲାର ଜଣେ ମହିଳା କନେଷ୍ଟବଳ ରଶ୍ମିରାଣୀ ସତ୍ନାମ । ମାଲକାନଗିରି ଜିଲ୍ଲା କାରାଗାରରେ ରତନ ଭତ୍ରା ନାମକ ଜଣେ କଏଦୀ ରକ୍ତହୀନତାର ଶିକାର ହୋଇ ମାଲାକନଗିରି ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ରକ୍ତ ଅଭାବ ଥିବା ଜାଣିବାକୁ ପାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ ରଶ୍ମିରାଣୀ ।

Advertisment

ସାରା ବିଶ୍ୱ ମାତୃ ଦିବସ ପାଳନ କରୁଥିବା ବେଳେ ମାତୃ ଦିବସରେ କଏଦୀଙ୍କୁ ରକ୍ତଦାନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ମହିଳା କନେଷ୍ଟବଳ ରତନ ଭତ୍ରା ଗଂଜେଇ ଚୋରା ଚାଲାଣ ମାମଲାରେ ଛନ୍ଦି ହୋଇ ଗତ କିଛି ମାସ ଧରି ମାଲକାନଗିରି ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଛନ୍ତି । ଗତ କିଛି ଦିନ ଧରି ରତନ ଅସୁସ୍ଥ ରହି ଆସୁଥିଲେ ।

publive-image

ପରବର୍ତ୍ତୀ ସମୟରେ ସେ ରକ୍ତହୀନତାରେ ପୀଡିତ ଥିବା ଜେଲ ଫାର୍ମାସି, ଜେଲ ସୁପରିନଟେଣ୍ଡେଂଟଙ୍କୁ ଜଣାଇଥିଲେ । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ ରତନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ରକ୍ତ ଆବଶ୍ୟକତା ଥିବା ଡାକ୍ତର କହିବା ପରେ ମାଲକାଲିଗିରି ରିଜର୍ଭ ଅଫିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରଶ୍ମିରାଣୀ ସତ୍ନାମ ଆଗେଇ ଆସିଥିଲେ କଏଦୀଙ୍କ ଜୀବନ ବଂଚାଇବା ପାଇଁ ।ସାଧାରଣତଃ ପୁଲିସ କଏଦୀଙ୍କୁ ଧରିବା ପାଇଁ ପ୍ରାଣମୂଚ୍ଛା ଉଦ୍ୟମ କରୁଥିବା ବେଳେ ସେହି କେଏଦୀଙ୍କ ଜୀବନ ବଂଚାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ରଶ୍ମୀ । ମାତୃ ଦିବସରେ ରଶ୍ମିରାଣୀଙ୍କ ଏଭଳି ମାନବିକତା ଯୋଗୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି ।