ଫିନାଇଲ୍‌ ପିଇ ମହିଳା ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସବ୍‌ଜେଲ୍‌ରେ ଶନିବାର ଜଣେ ମହିଳା କଏଦୀ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କଏଦୀଙ୍କ ନାମ ଲୀନା ପାଣିଗ୍ରାହୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲୀନା ପାଣିଗ୍ରାହୀ ଗତ ୪.୧.୨୦୨୦ରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଜୟପୁରର ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିଲେ। ଆଜି ସକାଳେ ଜେଲର ଲେଡି ଓ୍ଵାଡେର୍ଣ୍ଣ ଫିନାଇଲ୍‌ ନେଇ ଜେଲ ଭିତରକୁ ଯାଇଥିଲେ। ତେବେ କୌଣସି କାମରେ ଫିନାଇଲ୍‌କୁ ଜେଲ ଭିତରେ ରଖି ଚାଲି ଆସିଥିଲେ। ଏହାର ସୁଯୋଗ ନେଇ ଲୀନା ପାଣିଗ୍ରାହୀ ଫିନାଇଲ୍‌ ଆଣି ପିଇ ଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର