ମାଓ ଗଡ଼ରୁ ମୁଖ୍ୟସ୍ରୋତ : ମହିଳା କ୍ୟାଡର୍ ଜ୍ୟୋତିଙ୍କ ହାତ ଧରିଲେ ରାହୁଲ

ପୁଲିସ ବାହିନୀ ବରଯାତ୍ରୀ, ନବଦମ୍ପତ୍ତିିଙ୍କୁ ଆଶୀର୍ବାଦ ଦେଲେ ଏସ୍‌ପି

ଫୁଲବାଣୀ : ଛତିଶଗଡ଼ ରାଜ୍ୟର ଦୁର୍ଗମ ମାଓ ଗଡ଼ରୁ ଆସି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ ମହିଳା ମାଓବାଦୀ ଜ୍ୟୋତି ମାଡ଼କାନି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଆଜି ସେ ସାମାଜିକ ରୀତିନୀତି ପରମ୍ପରା ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତିି। ଜ୍ୟୋତିଙ୍କୁ ଜୀବନସାଥୀ ଭାବେ ବାଛି ତାଙ୍କ ହାତ ଧରିଛନ୍ତି କନ୍ଧମାଳ ବାଟାଗୁଡାର ଯୁବକ ରାହୁଲ କହଁର। ଆଜି ଫୁଲବାଣୀ ପୁଲିସ ରିଜର୍ଭ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ଜ୍ୟୋତି ଓ ରାହୁଲଙ୍କ ବାହାଘର ଧୂମଧାମରେ ଆୟୋଜିତ ହୋଇଥିଲା। ପୁଲିସ ବାହିନୀ ବରଯାତ୍ରୀ ସାଜିଥିଲେ। କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସି˚ ଉତ୍ସବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏକଦା ଛତିଶଗଡ଼ ମାଓ କ୍ୟାମ୍ପର ସଦସ୍ୟା ଥିଲେ ଜ୍ୟୋତି। ୨୦୧୫ ମସିହାରେ ସେ ଲାଲ୍ ବାହିନୀ କ୍ୟାମ୍ପ୍ ପରିତ୍ୟାଗ କରି ବୌଦ୍ଧ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଜ୍ୟୋତି କନ୍ଧମାଳରେ ଏକାଧିକ ମାଓ କାର୍ଯ୍ୟକଳାପରେ ସ˚ପୃକ୍ତି ଥିବାରୁ ତାଙ୍କୁ କନ୍ଧମାଳ ପୁଲିସକୁ ହସ୍ତାନ୍ତର କରିଥିଲା ବୌଦ୍ଧ ପୁଲିସ। ସେ ଦିନଠୁ ଜ୍ୟୋତି ପୁଲିସ ରିଜର୍ଭରେ ରହି ଆସୁଥି‌େଲ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ନୂଆ ଜୀବନ ଆରମ୍ଭ କରିବା ସ୍ବପ୍ନ ଦେଖିଥି‌େଲ। ସମୟ କ୍ରମେ ପୁଲିସ ରିଜର୍ଭରେ ଚାକିରି କରୁଥିବା ଭିଣୋଇଙ୍କ ପାଖକୁ ନିୟମିତ ଆସୁଥିବା ରାହୁଲଙ୍କ ସହ ଜ୍ୟୋତିଙ୍କ ସାକ୍ଷାତ ହୋଇଥିଲା। ପ‌େର ଉଭୟେ ବିବାହ କରି ଘର ସଂସାର କରିବାକୁ ସମ୍ମତି ପ୍ରକାଶ କରିଥିଲେ।

ଏ ଖବର ଏସ୍‌ପି ଶ୍ରୀ ସି˚ଙ୍କ କାନରେ ପଡିବା ପରେ ସେ ସେମାନଙ୍କ ସହମତି ନେଇ ବିବାହ ଉତ୍ସବ ପ୍ରସ୍ତୁତି ଲାଗି ପୁଲିସ ବାହିନୀକୁ କହିଥିଲେ। ସବୁ ପ୍ରସ୍ତୁତି ସରିବା ପରେ ଆଜି ଅପରାହ୍ନରେ ମନ୍ଦିର ପରିସରରେ ବ୍ରାହ୍ମଣ ପୂଜାପାଠ ସହ ବିବାହ ସଂପନ୍ନ କରିଥିଲେ। ଜ୍ୟୋତି ଓ ରାହୁଲ୍ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉତ୍ସବରେ ଅତିରିକ୍ତ ଏସପି ଉତ୍କଳ ର˚ଜନ ଦାସ, ଡିଏସପି ନାରାୟଣ ନାୟକ, ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ପୁଲିସ ବାହିନୀ ବାହାଘର ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର