ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଘରୋଇ ଏକ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। ସେଠାରେ ପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା। ସଂପୃକ୍ତ ଯୁବକ ତାଙ୍କୁ ଜାଗମରାରେ ଥିବା ଏକ ହୋଟେଲକୁ ନେଇ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ଅଶ୍ଲୀଳ ଭିଡିଓ ବି ସୁଟିଂ କରିଥିଲେ। ସେପ୍ଟେମ୍ବର ୧୬ରୁ ୧୮ ତାରିଖ ଯାଏଁ ୩ ଦିନ ଧରି ଅଭିଯକ୍ତ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଇସା ନ ଦେଲେ ସେ ବ୍ଲାକମେଲ କରିବାକୁ ଧମକ ଦେଇଥିଲା। ପରେ ସେ ୨ ଲକ୍ଷ ଟଙ୍କା ନେଇଥିଲେ। ୨ ଲକ୍ଷ ଟଙ୍କା ନେବା ପରେ ବି ନିର୍ଯାତନା ଥମି ନଥିଲା। ଶେଷରେ ଛତିଶଗଡ଼ ଯାଇ ସେ ଥାନାରେ ଅଭିଯୋଗ କରିଛନ୍ତି।
ଥଣ୍ଡା ପାନୀୟରେ ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ
/sambad/media/post_attachments/wp-content/uploads/2022/05/Women-Professor-Raped_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)