ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ପଦ୍ମପୋଖରୀ ଗ୍ରାମର ଚକ୍ରଧର ଯେନାଙ୍କ ଝିଅ ତଥା ଗାୟିକା ପ୍ରଭାତୀ ଯେନା (୨୨) ଆଜି ଶୋଇବା ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରଭାତି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଘର ଲୋକ ଦେଖି ଧାମନଗର ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସ ଶବ ନିକଟରୁ ଏକ ସୁଇସାଇଟି ନୋଟ ଜବତ କରିଛି। ସେଥିରେ ଲେଖାଅଛି ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁେହଁ। ବାପା ତୁମ ପାଇଁ ମୁଁ କିଛି କରିପାରିଲି ନାହିଁ ଆର ଜନ୍ମରେ ତମ ଝିଅ ହୋଇ ଜନ୍ମ ନେବାକୁ ଚାହିଁବି। ମୋ ଶବକୁ ନ ପୋଡ଼ି ପୋତି ଦେବା ପାଇଁ ମଧ୍ୟ ନୋଟରେ ଲେଖାଯାଇଥିଲା।
ପ୍ରକାଶ ଥାଉକି ପ୍ରଭାତୀ ଜଣେ କଣ୍ଠଶିଳ୍ପୀ ଭାବେ ନାଁ କମାଇଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି। ତାଙ୍କ ମୋବାଇଲ କଲ୍ ରେକର୍ଡ଼କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଧାମନଗର ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।