ଭଦ୍ରକ: ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ ଥାନାର ଜନୈକା ମହିଳା ସବ୍ଇନସ୍ପେକ୍ଟରଙ୍କ ପାଇଁ ସମଲିଙ୍ଗୀ ପ୍ରେମ ମହଙ୍ଗା ପଡ଼ିଛି। ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ରବିବାର ତାଙ୍କୁ ଗିରଫ କରାଯାଇଛି। ଭଦ୍ରକ ଜିଲ୍ଲା କୋକୋରା ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ମହିଳା ସବ୍ଇନସ୍ପେକ୍ଟର ତାଙ୍କୁ ଡାକି ନେଇ ଯୌନ ଶୋଷଣ କରିଛନ୍ତିି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳା ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମହିଳା ସବ୍ଇନସ୍ପେକ୍ଟରଙ୍କୁ ଅଭିଯୁକ୍ତ ପାଇବା ପରେ ପୁଲିସ ଡାକ୍ତରୀ ମାଇନା କରାଇ ତାଙ୍କୁ ଗିରଫ କରିଥିଲା। ଏହାପରେ କୋର୍ଟଚାଲାଣ କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି।
ମହଙ୍ଗା ପଡିଲା ସମଲିଙ୍ଗୀ ପ୍ରେମ; ଗିରଫ ହେଲେ ମହିଳା ସବ୍ଇନସ୍ପେକ୍ଟର
/sambad/media/post_attachments/wp-content/uploads/2022/11/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)