ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ରୁ ଆଜି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ଶବକୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଧର୍ମଶାଳା ମେଡିକାଲରୁ ସ୍ଥାନୀୟ ଥାନା ପୁଲିସ ଜବତ କରିଛି।
ଘଟଣାସ୍ଥଳରେ ଯାଜପୁର ଏସ୍ଡିପିଓ କେଦାରନାଥ ସାହୁ ପହଞ୍ଚିବା ସହିତ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ଓ ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରଓ୍ଵାଲ ପ୍ରମୁଖ ଉପସ୍ଥିତ ରହି ଅନୁସନ୍ଧାନ ଜାରି ରଖିଛନ୍ତିି।
/sambad/media/post_attachments/wp-content/uploads/2019/10/download-3-9-300x200.jpg)
ସୂଚନାଯୋଗ୍ୟ, ଆଜି ଭତ୍ତା ବଣ୍ଟନ ପାଇଁ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ହରିଦାସପୁର ପଞ୍ଚାୟତର ଭଡଙ୍ଗା (ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ିରେ ତାଙ୍କ ଗେଷ୍ଟହାଉସ (ବାଲିଗରି)କୁ ଭିଏଲଡବ୍ଲୁ ସ୍ମିତାରାଣୀ ଆସିଥିଲେ।
ଭଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା। ମାତ୍ର ଭିଏଲଡବ୍ଲୁ ସ୍ମିତାରାଣୀ ଧୋଇହେବା ପାଇଁ ଗେଷ୍ଟହାଉସ୍ ଉପର ମହଲାକୁ ଯାଇଥିଲେ। ସେଠାରେ ତାଙ୍କ ଓଢ଼ଣି ଫ୍ୟାନ୍ରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚ ସ୍ୱାମୀ ଭଦ୍ର ସଫେଇ ଦେଇଛନ୍ତି, ଯାହାକୁ ନେଇ ସନ୍ଦେହ ହେବା ସହିତ ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/98.jpg)