ପେଟ୍ରୋଲ ଯୋଗୁଁ ଘର ପୋଡି, ଲକ୍ଷାଧିକ ଟଂକାର ସଂପତ୍ତି ନଷ୍ଟ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଟିନା ଗ୍ୟାରଜ ସାମ୍ନାରେ ରହୁଥିବା ଜ୍ୟୋତ୍ସ୍ନାମୟୀ ଦେବନାଥଙ୍କ ଘର ପୋଡିଯିବାରୁ ଲକ୍ଷାଧିକ ଟଂକାର ସଂପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଜ୍ୟୋତ୍ସ୍ନାମୟୀ ଦେବନାଥ ଏକ ଛୋଟ ଦୋକାନ କରି ଚା’ ଓ ତେଜରାତି ଜିନିଷ ବିକ୍ରି କରିବା ସହ ପେଟ୍ରୋଲ ମଧ୍ୟ ବିକ୍ରି କରୁଥିଲେ। ତେବେ ଆଜି ସକାଳେ ଅଚାନକ ପେଟ୍ରୋଲରେ ନିଆଁ ଲାଗିଯିବା ଫଳରେ ଦେଖୁ ଦେଖୁ ସଂପୂର୍ଣ୍ଣ ଘର ହୁତୁ ହୁତୁ ହୋଇ ଜଳି ଉଠିଲା। ସ୍ଥାନୀୟ ଲୋକେ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୋଇପାରିନଥିଲା। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଜ୍ୟୋତ୍ସ୍ନାମୟୀ ଏକାକୀ ସେଠାରେ ରହୁଥିଲେ ବୋଲି ଜଣାପଡିଛି। ନିଆଁ ଲାଗିବା ବେଳେ ଗ୍ୟାସ ସିଲିଣ୍ଡରରେ ଗ୍ୟାସ ନଥିବାରୁ ଅଳ୍ପକେ ଘର ବର୍ତ୍ତିଗଲା ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିଲେ। ସେ ଗରିବ ଥିବରୁ ତୁରନ୍ତ ପ୍ରଶାସନ ତରଫରୁ ତାଂକୁ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର