ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରାଯାଇଛି। ପାଟଣା ରେଞ୍ଜ ଅନ୍ତର୍ଗତ ଘୁଣ୍ଟିଝରି ଓ ଭଣ୍ଡାରିପଶି ଗ୍ରାମରେ କାଠ ମାଫିଆମାନେ ରାତିରେ କାଠ କାଟୁଥିବା  ବେଳେ ବନ ବିଭାଗ ଚଢ଼ଉ କରିଥିଲା। ଦୁଇଟି ସ୍ଥାନରୁ ୧୦ଟି ବଡ଼ବଡ଼ କାଠଗଣ୍ଡି ଜବତ ହୋଇଛି।

କାଠ ମାଫିଆମାନେ ଫେରାର ହୋଇଯାଇଛନ୍ତି। ଜବତ କାଠର ଅନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ରେଞ୍ଜର ଟିକେଶ୍ୱର ମହାନ୍ତ ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ପାଟଣା ବନପାଳ ଚିତ୍ତରଞ୍ଜନ ପରିଡ଼ାଙ୍କ ସହ ପାରା କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର