ଲଛିପୁର: ସୋନପୁର ରେଞ୍ଜ ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମରେ ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଗଚ୍ଛିତ ଥିବା ଖବର ପାଇ ଲଛିପୁର ବନ ବିଭାଗ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୨୫ଟି ନିମ୍ବ ଗଣ୍ଡି, ୩୮ଟି ଶାଗୁଆନ ପଟା, ୫ଟି ଶାଳପଟା ଓ ୫ଟି ଶାଗୁଆନ କାଠ ଗଣ୍ଡି ଜବତ କରିଥିଲା।
ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଚଢ଼ଉରେ ସୋନପୁର ରେଞ୍ଜର ମନରଞ୍ଜନ ବାଘ, ଫରେଷ୍ଟର ଦେବରାଜ ଛତ୍ରିଆ, ବାବାଜୀ ନାୟକ, ଦୀନେଶ ମାଝୀ, ଗାର୍ଡ କିରଣ ବିଶୋଇ, ସୁଜ୍ଞାନୀ ମିଶ୍ର, ରତନ ବଢ଼େଇ ସାମିଲଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ପ୍ରମୋଦ ମେହେର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/38-14.jpg)