ନୂଆପଡ଼ା: ନୂଆପଡ଼ା ଓ ଖରିଆର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଖଡ଼ିଆଳ ଥାନା ବଡ଼ଦୋହେଲ ଛକଠାରେ ଥିବା ୨ ଜଣ ବ୍ୟକ୍ତି ଛତିଶଗଡ଼ ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହି ସମୟରେ ନୂଆପଡ଼ା ଓ ଖରିଆର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ସଂଘମିତ୍ରା ପ୍ରଧାନ ଓ ହୀରାବତୀ ଥାଟିଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରିଥିଲେ।
ଏହି ସମୟରେ କୋମନା ଥାନା ରଜନା ଗ୍ରାମର ଜଳନ୍ଧର ଆଡ଼ବଙ୍ଗ (୩୨)ଙ୍କଠାରୁ ୩୦ କେଜି ଓ ଖଡ଼ିଆଳ ଥାନା ବଡ଼ଦେହେଲ ଗ୍ରାମର ବିନୋଦ ସଗରିଆ (୨୩)ଙ୍କଠାରୁ ୧୮ କେଜି ଗଞ୍ଜେଇ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/25-7.jpg)