ଭୁବନେଶ୍ବର : ଓଡ଼ିଶା ନାଗରିକ ସମାଜର ପଞ୍ଚମ ସଭାପତି ଭାବେ ଲଳିତ ମୋହନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ସକ୍ରିୟ ଭାବେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେ ନାଲ୍କୋରେ କାର୍ଯ୍ୟରତ ଥିଲା ବେଳେ ୨୦୦୨-୦୩ ମସିହାରେ ଏହାର ବିକ୍ରି ବିରୋଧରେ ଜନମତ ସୃଷ୍ଟି କରିଥିଲେ। ୨୦୦୭ ମସିହାରେ ନାଲ୍କୋରୁ ସ୍ବେଚ୍ଛାକୃତ ଅବସର ନେଇ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ଓଡ଼ିଶାରେ ନାଇଜର୍, ଆଇଆଇଟି ସ୍ଥାପନ ପାଇଁ ଦାବି ସହ ମହାନଦୀ ଆନ୍ଦୋଳନରେ ଶ୍ରୀ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଲଳିତ ପଟ୍ଟନାୟକ ହେଲେ ଓଡ଼ିଶା ନାଗରିକ ସମାଜ ସଭାପତି
/sambad/media/post_attachments/wp-content/uploads/2020/01/Lalit-Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)