ଲଳିତ କଳା ଏକାଡେମି ନାମରେ ମିଛ ବିଜ୍ଞାପନ ମାମଲା : କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲା ଏକାଡେମି

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମି ନାମରେ ମିଛ ବିଜ୍ଞାପନ ଛପା ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସରକାରଙ୍କୁ ‌ଚିଠି ଲେଖି ଅନୁରୋଧ କରିଛି ଏକାଡେମି। ଏକାଡେମିର ବୋର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏକାଡେମିର ସଚିବ ଗଜେନ୍ଦ୍ର ସାହୁ ସଂସ୍କୃତି ବିଭାଗକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।

ସୂଚନା ମୁତାବକ, ଏକାଡେମିରୁ ନିଲମ୍ବିତ ହୋଇଥିବା କର୍ମଚାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ଏକାଡେମି ପକ୍ଷରୁ କ୍ଷମା ପ୍ରାର୍ଥନାର ଏକ ବିଜ୍ଞାପନ ସେପ୍ଟେମ୍ବର ୨୦ ତାରିଖରେ ବିଭିନ୍ନ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା। ତେବେ ଏକାଡେମିର କହିବା ମୁତାବକ, ଏକାଡେମି ପକ୍ଷରୁ ଏପରି କୌଣସି ବିଜ୍ଞାପନ ଦିଆଯାଇ ନାହିଁ। ସେହି ବିଜ୍ଞାପନରେ ଥିବା ତତ୍କାଳୀନ ଏକାଡେମି ସଚିବ ମନସ୍ବିନୀ ସାହୁଙ୍କ ଦସ୍ତଖତ ବି ଜାଲ୍‌। ଏ ସଂକ୍ରାନ୍ତରେ ଯିଏ ବି ଭୁଲ୍‌ କରିଛି, ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ। ତେଣୁ ଏଇ ଆଧାରରେ ଲଳିତ କଳା ଏକାଡେମି ବୋର୍ଡ ବୈଠକର ନିଷ୍ପତ୍ତି ମୁତାବକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଚିଠି ଲେଖିଛି।

ଏହି ବିଜ୍ଞାପନ ପ୍ରକାଶ ପାଇବା ମାତ୍ରେ ଏ ସମ୍ପର୍କରେ ଏକାଡେମି ପକ୍ଷରୁ ଉପଯୁକ୍ତ ତଦନ୍ତ ପାଇଁ ବଡ଼ଗଡ଼ ଥାନାରେ ଏକ ମାମଲା ଦାଏର ହୋଇଥିଲା। ବଡ଼ଗଡ଼ ଥାନା ଏ ମାମଲାରେ ଆଗକୁ ବଢ଼ୁଥିବା ବେଳେ ଏକାଡେମି ପକ୍ଷରୁ ସଂସ୍କୃତି ବିଭାଗ ଜରିଆରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ସଂସ୍କୃତି ବିଭାଗ ମଧ୍ୟ ଏକାଡେମିର ଏ ପ୍ରସ୍ତାବକୁ ଗୃହ ବିଭାଗ ନିକଟକୁ ପଠାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଏକାଡେମିର ଏହି ପ୍ରସ୍ତାବ ଗୃହ ବିଭାଗର ବିଚାରାଧୀନ ରହିଛି।

କମିସନରେଟ୍‌ ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବ‌େଳେ ଏକାଡେମିର ନିଲମ୍ବିତ କର୍ମଚାରୀ ଶ୍ରୀ ସ୍ବାଇଁ ଏହା ପଛରେ ଅଛନ୍ତି ବୋଲି ସନ୍ଦେହ କରୁଛି। ଏପରିକି ଏ ସମ୍ବନ୍ଧରେ ଶ୍ରୀ ସ୍ବାଇଁଙ୍କୁ ପୁଲିସ ପକ୍ଷରୁ କେତେକ ପ୍ରଶ୍ନ କରାଯାଇ ସାରିଛି। ‌କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ ବୋଲି ବଡ଼ଗଡ଼ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେପ୍ଟେମ୍ବର ୧୩ ତାରିଖରେ ଏକାଡେମି ଶ୍ରୀ ସ୍ବାଇଁଙ୍କ ବିରୋଧରେ ଏକ ବିଜ୍ଞାପନ ପ୍ରକାଶ କରିଥିଲା। ସେ ତାଙ୍କର ନିଲମ୍ବନ ନୋଟ୍‌କୁ କାର୍ଯ୍ୟାଳୟରୁ ଗ୍ରହଣ କରୁନାହାନ୍ତି ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା। ଏପରିକି ଜଣେ ବ୍ୟକ୍ତିଙ୍କୁ ଏକାଡେମି ପକ୍ଷରୁ ନୋଟ୍‌ଟି ଦେବା ପାଇଁ ତାଙ୍କ ଘରକୁ ପଠାଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ପାଇନଥିଲେ। ତେବେ ଗୃହ ବିଭାଗର ନିଷ୍ପତ୍ତି ଓ କାର୍ଯ୍ୟକାରିତା ଉପରେ ହିଁ ଏହାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବ ନା ନାହିଁ ଜଣାପଡ଼ିବ।ଭୁବନେଶ୍ବର,୪/୧୨(ଇମିସ): ଓଡ଼ିଶା ଲଳିତ କଳା ଏକାଡେମି ନାମରେ ମିଛ ବିଜ୍ଞାପନ ଛପା ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସରକାରଙ୍କୁ ‌ଚିଠି ଲେଖି ଅନୁରୋଧ କରିଛି ଏକାଡେମି। ଏକାଡେମିର ବୋର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏକାଡେମିର ସଚିବ ଗଜେନ୍ଦ୍ର ସାହୁ ସଂସ୍କୃତି ବିଭାଗକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।

ସୂଚନା ମୁତାବକ, ଏକାଡେମିରୁ ନିଲମ୍ବିତ ହୋଇଥିବା କର୍ମଚାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ଏକାଡେମି ପକ୍ଷରୁ କ୍ଷମା ପ୍ରାର୍ଥନାର ଏକ ବିଜ୍ଞାପନ ସେପ୍ଟେମ୍ବର ୨୦ ତାରିଖରେ ବିଭିନ୍ନ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା। ତେବେ ଏକାଡେମିର କହିବା ମୁତାବକ, ଏକାଡେମି ପକ୍ଷରୁ ଏପରି କୌଣସି ବିଜ୍ଞାପନ ଦିଆଯାଇ ନାହିଁ। ସେହି ବିଜ୍ଞାପନରେ ଥିବା ତତ୍କାଳୀନ ଏକାଡେମି ସଚିବ ମନସ୍ବିନୀ ସାହୁଙ୍କ ଦସ୍ତଖତ ବି ଜାଲ୍‌। ଏ ସଂକ୍ରାନ୍ତରେ ଯିଏ ବି ଭୁଲ୍‌ କରିଛି, ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ। ତେଣୁ ଏଇ ଆଧାରରେ ଲଳିତ କଳା ଏକାଡେମି ବୋର୍ଡ ବୈଠକର ନିଷ୍ପତ୍ତି ମୁତାବକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଚିଠି ଲେଖିଛି।

ଏହି ବିଜ୍ଞାପନ ପ୍ରକାଶ ପାଇବା ମାତ୍ରେ ଏ ସମ୍ପର୍କରେ ଏକାଡେମି ପକ୍ଷରୁ ଉପଯୁକ୍ତ ତଦନ୍ତ ପାଇଁ ବଡ଼ଗଡ଼ ଥାନାରେ ଏକ ମାମଲା ଦାଏର ହୋଇଥିଲା। ବଡ଼ଗଡ଼ ଥାନା ଏ ମାମଲାରେ ଆଗକୁ ବଢ଼ୁଥିବା ବେଳେ ଏକାଡେମି ପକ୍ଷରୁ ସଂସ୍କୃତି ବିଭାଗ ଜରିଆରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ସଂସ୍କୃତି ବିଭାଗ ମଧ୍ୟ ଏକାଡେମିର ଏ ପ୍ରସ୍ତାବକୁ ଗୃହ ବିଭାଗ ନିକଟକୁ ପଠାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଏକାଡେମିର ଏହି ପ୍ରସ୍ତାବ ଗୃହ ବିଭାଗର ବିଚାରାଧୀନ ରହିଛି।

କମିସନରେଟ୍‌ ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବ‌େଳେ ଏକାଡେମିର ନିଲମ୍ବିତ କର୍ମଚାରୀ ଶ୍ରୀ ସ୍ବାଇଁ ଏହା ପଛରେ ଅଛନ୍ତି ବୋଲି ସନ୍ଦେହ କରୁଛି। ଏପରିକି ଏ ସମ୍ବନ୍ଧରେ ଶ୍ରୀ ସ୍ବାଇଁଙ୍କୁ ପୁଲିସ ପକ୍ଷରୁ କେତେକ ପ୍ରଶ୍ନ କରାଯାଇ ସାରିଛି। ‌କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ ବୋଲି ବଡ଼ଗଡ଼ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେପ୍ଟେମ୍ବର ୧୩ ତାରିଖରେ ଏକାଡେମି ଶ୍ରୀ ସ୍ବାଇଁଙ୍କ ବିରୋଧରେ ଏକ ବିଜ୍ଞାପନ ପ୍ରକାଶ କରିଥିଲା। ସେ ତାଙ୍କର ନିଲମ୍ବନ ନୋଟ୍‌କୁ କାର୍ଯ୍ୟାଳୟରୁ ଗ୍ରହଣ କରୁନାହାନ୍ତି ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା। ଏପରିକି ଜଣେ ବ୍ୟକ୍ତିଙ୍କୁ ଏକାଡେମି ପକ୍ଷରୁ ନୋଟ୍‌ଟି ଦେବା ପାଇଁ ତାଙ୍କ ଘରକୁ ପଠାଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ପାଇନଥିଲେ। ତେବେ ଗୃହ ବିଭାଗର ନିଷ୍ପତ୍ତି ଓ କାର୍ଯ୍ୟକାରିତା ଉପରେ ହିଁ ଏହାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବ ନା ନାହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର