ତାଳଚେର ସହରରେ ମାଟି ଦବିବା ଘଟଣା : କେନ୍ଦ୍ରରୁ ଆସିବ ଏକ ଫ୍ୟାକ୍ଟ ଫାଇଟିଙ୍ଗ ଟିମ୍‌

ଭୁବନେଶ୍ୱର : ଗତକାଲି ରାତିରେ ତାଳଚେର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଆସିବେ ଏକ ଫ୍ୟାକ୍ଟ ଫାଇଟିଙ୍ଗ ଟିମ୍‌। ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ । ଆସିବାକୁ ଥିବା ଏହି ଫ୍ୟାକ୍ଟ ଫାଇଟିଙ୍ଗ ଟିମ୍‌ରେ ରହିବେ ଡିଜିଏମ୍‌ଏସ୍‌, ସିଏମ୍‌ପିଡିଆଇଏଲ୍‌ ଏବଂ ଏମ୍‌ସିଏଲ୍‌ର ବିଶେଷଜ୍ଞ। ଗତକାଲି ତାଳଚେର ସହରରେ ମାଟି ଦିବିବାକୁ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନାଯୋଗ୍ୟ ଯେ, କିଛିଦିନର ନିରବତା ପରେ ଗତକାଲି ରାତିରେ ତାଳଚେର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହଠାତ୍‌ ପ୍ରାୟ ୫ ଫୁଟ ଲମ୍ବ ଓ ୬ ଫୁଟ ଓସାରର ମାଟି ଦବି ଯାଇଥିଲା। ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡି ରାସ୍ତା ଉପରକୁ ପଳାଇ ଆସିଥିଲେ। ତାଳଚେର ସହରରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ୍ଟ ସୃଷ୍ଟି ହେବାରେ ଲାଗିଛି। ଗତକାଲି ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଆଜି ତାଳଚେର ବନ୍ଦ ଡାକରା ଦିଆଯାଇଥିଲା।

ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୨୦ ତାରିଖରେ ବାଇପାସ୍‌ ଟ୍ରାଫିକ୍‌ ଛକ ନିକଟରେ ଏଭଳି ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର