ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ୟାସ’, ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି

ଭଦ୍ରକ: ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ | ବାତ୍ୟା ‘ୟାସ’ ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି | ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ | ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ | ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ କରିଛି |

ବର୍ତ୍ତମାନ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିଥିଵାଵବେଳେ ବାଲେଶ୍ୱର ଜିଲ୍ଲା ପାର ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ | ବାଲେଶ୍ୱର ପରେ ବାତ୍ୟା ମୟୁରଭଞ୍ଜ ଯିବା ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବ | ଦିନ ୩ଟା ଯାଏଁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଭାବ ରହିବ | ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷ ଓ ପବନ ବଢିବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି | ଆଜି ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ |

ସମ୍ବନ୍ଧିତ ଖବର