ପାଇକ ସ୍ମାରକୀ ପାଇଁ ଜମି ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି: ବିଭିନ୍ନ ମହଲରୁ ଶୁଭେଚ୍ଛା

ଖୋର୍ଦ୍ଧା: ୧୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଖୋର୍ଦ୍ଧାର ଐତିହାସିକ ତଥା ପୌରାଣିକ ବରୁଣେଇ ପାହାଡ଼ ତଳେ ପାଇକ ସ୍ମାରକୀ ନିର୍ମାଣ କରିବାକୁ ରାଜ୍ୟ ସରକାର ୯.୬୮୫ ଡେସିମଲ ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ବିନା ପ୍ରିମିୟମ, ମୂଲ୍ୟରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ସ୍ୱାଗତ କରି ଖୋର୍ଦ୍ଧାର ବିଭିନ୍ନ ପାଇକ ସଂଗଠନ ଓ ବିଜେଡି ଦଳ ପକ୍ଷରୁ ସ୍ୱାଗତ କରାଯାଇଛି ।

ବରୁଣେଇ ଠାରେ ପାଇକ ସ୍ମାରକୀ ସ୍ଥାପନ ପାଇଁ ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ଶୁଭ ଦେଇଥିଲେ । ପ୍ରାୟ ୨ଶହ କୋଟି ଟଙ୍କାର ସ୍ମାରକୀ ନିର୍ମାଣ ପାଇଁ ଆଇଓସିଏଲ୍ ପକ୍ଷରୁ ୯୦ କୋଟି ଓ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ବଳକା ଟଙ୍କା ଅନୁଦାନ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ବର୍ତମାନ ଏନେଇ ଆବଶ୍ୟକ ହେଉଥିବା ୯.୬୮୫ ଡେସିମଲ ଜମି ଯାହାର ଆନୁମାନିକ ମୂଲ୍ୟ ୩୧ କୋଟି ୯୭ଲକ୍ଷ ଟଙ୍କାକୁ ରାଜ୍ୟ ସରକାର ବିନାମୂଲ୍ୟ ଓ ଦେୟରେ ପ୍ରଦାନ କରିଛନ୍ତି ।
ଏନେଇ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପରିଡା ଓ ବିସିଜେଡି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନଙ୍କ ସଂଯୋଜନାରେ ସ୍ଥାନୀୟ ବିଜେବି ହାଇସ୍କୁଲଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ପୌରଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ରନାଥ ଦତ୍ତ, ବିସିଜେଡି ରାଜ୍ୟ ସମ୍ପାଦକ ନସିମ ଖାନ, ଜିଲ୍ଲା ସାଧାରଣ ସମ୍ପାଦକ ଲଳିତ ମୋହନ ମହାପାତ୍ର, ସଂଗ୍ରାମ ପ୍ରଧାନ ପ୍ରମୁଖ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ବକ୍ସିି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

କଂଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଅନୁରୂପ ଏକ କୃତଜ୍ଞତା କାର୍ଯର୍୍ୟକ୍ରମରେ ସଂଗଠନର ଉପଦେଷ୍ଟା ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉଦ୍ୟୋକ୍ତା ଇଂ ଶିଶିର କୁମାର ନାୟକ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଦଳବେହେରା ମୃତୁ୍ୟଂଜୟ ଛୋଟରାୟ, ରମଜାନ୍ ଖାଁ, ଅଟଳ ସାମନ୍ତ, ଗତିକୃଷ୍ଣ ଉରକବାଟ, ଧରଣୀଧର ଛୋଟରାୟ, ସୁଷମା ପ୍ରଧାନ, ଅବଦୁଲ କାଲାମ ଆଜାଦ୍, ପ୍ରଦୀପ ବିଶ୍ୱାଳ, ରମେଶ ପାତାଳସିଂ. ତାପଙ୍ଗ ଦଳବେହେରା ସ୍ମୃତି ପରିଷଦର ସଂଯୋଜକ ଶ୍ରୀରଂଜନ ମଙ୍ଗରାଜ, ବକ୍ସି ଜଗବଂଧୁ ସ୍ମାରକ ମଂଚର ସମ୍ପାଦକ ସମରେନ୍ଦ୍ର ବଳିଆରସିଂହ, ସହିଦ ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ଉପ-ସଭାପତି ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ଓଡ଼ିଶା ବୀର ମହାସଂଘ ପକ୍ଷରୁ ଖୋର୍ଦ୍ଧାର ବରୁଣେଇ ଠାରେ ବିଜୟ ଉତ୍ସବ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର କର୍ମକର୍ତାମାନେ ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରିବା ସହ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନରେ ପାଇକ ଆଖଡ଼ା ପ୍ରଦର୍ଶନ, ଦୀପଦାନ ଓ ଭୂମିପୂଜନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ବୀର ମହାସଂଘର ସଭାପତି ଡ ପ୍ରକାଶ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ । ମହାସଂଘର ସାଧାରଣ ସମ୍ପାଦକ ଡ ଦିଲ୍ଳୀପ ଶ୍ରୀଚନ୍ଦନ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ଆଇନ୍ଜୀବୀ ବିକ୍ରମ ଚମ୍ପତି, ଖୋର୍ଦ୍ଧାଗଡ଼ ମହାରାଜା କ୍ଲବର ସଦସ୍ୟ ଗଣେଶ ସାମନ୍ତ, ଅବନୀ ଜେନା, ସୁବାସ ପାତ୍ର, ବିକାଶ ମଞ୍ଚର ସମ୍ପାଦକ ପ୍ରକାଶ ଦାସ, ସଂଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରେ ଏକ ଶୋଭାଯାତ୍ରାରେ ପାଇକବାହିନୀ ଖୋର୍ଦ୍ଧାଗଡ଼କୁ ଯାଇଥିଲେ ।

ସମ୍ବନ୍ଧିତ ଖବର