ଭୁବନେଶ୍ୱର: ରାଜଧାନୀରେ ଆପଣ ଜମି ଖଣ୍ଡେ କିଣିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଜମି କିଣିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରି କିଣନ୍ତୁ | ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରି ହିଁ ଜମି କିଣନ୍ତୁ | କାରଣ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆଜି ଜନସାଧାରଣଙ୍କୁ ସତର୍କ କରାଇଦେଇଛି | ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କୁହାଯାଇଛି ଯେ ଜମି ଠକେଇ ରାକେଟର କିଙ୍ଗପିନ ଧରାପଡିଛି | ଆଜି ମୁଖ୍ୟ ଅଭିଯୁକ୍ତ ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ଅନନ୍ତ ଚରଣ ପ୍ରଧାନଙ୍କୁ ଗିରଫ କରାଯାଇଛି | ପୂର୍ବରୁ ମମତା ପରିଡା, ସୁବୋଧ ପରିଡା, ହଳଧର ଦାସଙ୍କୁ ଗିରଫ କରିଥିବାବେଳେ, ତାଙ୍କ ପତ୍ନୀ ଦାମୟନ୍ତୀ ଦାସ ଫେରାର ରହିଛନ୍ତି | ଏହି ଅଭିଯୁକ୍ତମାନେ ପ୍ରକୃତ ମାଲିକଙ୍କର ନକଲି କାଗଜପତ୍ର ବା ସେଲଡିଡ଼ ଜରିଆରେ ବିକ୍ରି କରନ୍ତି |

Advertisment

ନିଜର ଲୋକ ବା ଠକଙ୍କ ନାମକୁ ଟ୍ରାନ୍ସଫର କରି ଜମି ବିକ୍ରି କରୁଛନ୍ତି | ଅନ୍ୟ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନଜାକ୍ସନ କରି ଟଙ୍କା ଠକି ନେଉଥିବା ବେଳେ, ନଗଦ କ୍ୟାସକୁ ଭାଗ ବାଣ୍ଟି ନେଉଛନ୍ତି | ମାଲିକମାନେ ବାହାରେ ରହୁଥିବା ବେଳେ ତାଙ୍କ ଜମିର କାଗଜପତ୍ର କରି ବିକ୍ରି କରୁଛନ୍ତି ଏବଂ ଜମିର ପ୍ରକୃତ ମାଲିକ ପଜେସନ ନେଲାବେଳେ, ଏହି ସବୁ ଖବର ପଦାକୁ ଆସୁଛି | ବିଶେଷକରି ମାଲିକମାନେ ଜାଗା କିଣିବା ସମୟରେ ଧ୍ୟାନ ଦେବା ଉଚିତ | ବିଶେଷ କରି ମଳିପଡା, ନିଆଳି ଗୋବିନ୍ଦପୁର, ଭୁବନେଶ୍ୱର ଆମ୍ରି ହସ୍ପିଟାଲ ନିକଟ ଜମି ଓ ଭୁବନେଶ୍ୱର ଉପକଣ୍ଠରେ ଜମି କିଣୁଥିଲାବେଳେ ସାବଧାନ ରହିବାକୁ ପଡିବ ବୋଲି ଇଓଡବ୍ଲ୍ୟୁ କହିଛି |

କେମିତି କରିବେ ଯାଞ୍ଚ?
ଜମି ବିକୁଥିବା ଲୋକଙ୍କର ଆଧାରକାର୍ଡ଼ର ଭେରିଫିକେଶନ କରିବାର ଆବଶ୍ୟକତା ରହିଛି |
ପ୍ରତି ଆଧାରକାର୍ଡ଼ରେ ଥିବା କ୍ୟୁଆର କୋର୍ଡର ସ୍କାନ କରିବାର ଆବଶ୍ୟକତା ରହିଛି |
ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି |