ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁରର ଜିଲ୍ଲାରେ ନକ୍ସଲଙ୍କ ପ୍ଲାନ ଫସର ଫାଟିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବୋମା ଖଞ୍ଜିଥିବା ବେଳେ ଯବାନ କିନ୍ତୁ ଏହି ପ୍ରେସର କୁକର ବୋମାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି। ଘଟଣା ଅନୁଯାୟୀ ବିଜାପୁର ଜିଲ୍ଲାର ପାମମଲା ଥାନା ଅନ୍ତର୍ଗତ ବାଙ୍ଗୋଲି ଗ୍ରାମ ନିକଟରେ ନିର୍ମାଣ ହେଉଥିବା ଏକ ବ୍ରିଜକୁ ସୁରକ୍ଷା ଦେବାକୁ ୧୬୫ ସିଆରପିଏଫ ବାଟାଲିୟନର ଯବାନ ଯାଇଥିବା ବେଳେ ବ୍ରିଜ ନିକଟରେ ନକ୍ସଲ ଏକ ୫ କିଲୋ ଓଜନର ପ୍ରେସର କୁକର ବୋମା ଖଞ୍ଜିଥିଲେ, ଯାହାର ବିସ୍ଫୋରଣରେ ବହୁ ଯବାନ ମୃତାହତ ହୋଇଥାନ୍ତେ। ତେବେ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଏହି ବୋମାକୁ ଠାବ କରାଯାଇପାରିଛି। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଇଛି। ଏଏସପି ପଙ୍କଜ ଶୁକ୍ଲା ଏହି ଘଟଣାର ସ୍ପଷ୍ଟିକରଣ ଦେଇଛନ୍ତି।
ପ୍ରେସର କୁକର ବୋମାକୁ ଉଦ୍ଧାର କଲେ ଯବାନ, ଘଟଣାସ୍ଥଳରେ ହିଁ ବୋମା ହେଲା ନିଷ୍କ୍ରିୟ
/sambad/media/post_attachments/wp-content/uploads/2022/05/Mkg-Land-mine-blast-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)