ଭୁବନେଶ୍ୱର: ଏଣିକି ଜମି କିଣାବିକା ପରେ ପଟ୍ଟା ପାଇଁ କୌଣସି ବ୍ୟକ୍ତିଙ୍କୁ ତହସିଲଦାର ବା ରାଜସ୍ୱ ନୀରିକ୍ଷକଙ୍କ ପାଖକୁ ବାରମ୍ବାର ଯିବାକୁ ପଡିବ ନାହିଁ। ବରଂ କ୍ରେତାଙ୍କ ଘରକୁ ସ୍ପିଡ୍ ପୋଷ୍ଟ ଯୋଗେ ଜମି ପଟ୍ଟା ଆସି ପହଞ୍ଚିଯିବ। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଜମି କିଣାବିକା ସମୟରେ କର୍ତ୍ତୃପକ୍ଷ ଏଥିିପାଇଁ ଅତିରିକ୍ତ ୪୦ ଟଙ୍କା ୟୁଜର୍ସ ଫି ଆଦାୟ କରିବେ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି। ରାଜସ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହାଦ୍ୱାରା ଜମି ପଟ୍ଟା ପାଇଁ ତହସିଲ କାର୍ଯ୍ୟାଳୟ ବା ଆର୍ଆଇ ଅଫିସକୁ ଆଉ ଦୌଡିବାକୁ ପଡିବ ନାହିଁ। ଏହାଦ୍ୱାରା ଲାଞ୍ଚ କାରବାରକୁ ମଧ୍ୟ ରୋକାଯାଇପାରିବ। ରାଜସ୍ୱ ବିଭାଗ ସଂକଳ୍ପରେ ଜଣାଇଛି, ଲୋକଙ୍କୁ ହାତପାହାନ୍ତାରେ ସେବା ପହଞ୍ଚାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିରେ ଜମି ପଟ୍ଟାକୁ ସାମିଲ କରାଯାଇଛି। ସ୍ପିଡ୍ ପୋଷ୍ଟ ଯୋଗେ ଲୋକେ ତାଙ୍କ ପଟ୍ଟା ଏଣିକି ପାଇବେ। ହେଲେ ଏଥିପାଇଁ ସେମାନଙ୍କୁ ଅଧିକ ୪୦ ଟଙ୍କା ଦେବାକୁ ପଡିବ। ସବୁ ପ୍ରକାର ଜମି କିଣାବିକା କ୍ଷେତ୍ରରେ ଏହି ନିୟମ ଅନୁସୃତ ହେବ। ଜମି ରେଜିଷ୍ଟ୍ରି କରୁଥିବା ଅଧିକାରୀ ଏହି ୟୁଜର୍ସ ଫିକୁ ନିକଟସ୍ଥ ଜାତୀୟ ବ୍ୟାଙ୍କରେ ସେଭିଙ୍ଗ୍ସ ଆକାଉଣ୍ଟ ଖୋଲି ଜମା ରଖିବେ। ତାଙ୍କ ସହିତ ମୁଖ୍ୟ କିରାଣୀଙ୍କ ନାମରେ ଏଥିପାଇଁ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। ଯେଉଁ ୪୦ ଟଙ୍କା ସେମାନେ ୟୁଜର୍ସ ଫି ଆଦାୟ କରିବେ, ସେଥିପାଇଁ ରସିଦ୍ ଦେବେ। ହେଲେ ସେ ସମୟରେ ସଂପୃକ୍ତ ବ୍ୟକ୍ତି ଠିକଣା ଭାବେ ଲେଖାଯାଇଛି କି ନାହିଁ, ତାହାକୁ ନିଶ୍ଚିତ କରିବେ। ଏ ସଂକ୍ରାନ୍ତରେ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର କ୍ୟାସ୍ ବୁକ୍ କରିବା ଲାଗି ନିର୍ଦେଶ ରହିଛି। ଏ ଅର୍ଥ ପ୍ରତି ସପ୍ତାହରେ ସଂପୃକ୍ତ ସଂସ୍ଥାର ନିର୍ଦେଶକଙ୍କ ଆକାଉଣ୍ଟରେ ଜମା ହେବ ଓ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ମାସିକିଆ ବିବରଣୀ ଦେବେ।
ଏଣିକି ସ୍ପିଡ୍ ପୋଷ୍ଟରେ ମିଳିବ ପଟ୍ଟା
ଅତିରିକ୍ତ ୪୦ ଟଙ୍କା ୟୁଜର୍ସ ଫି ଆଦାୟ ହେବ
/sambad/media/post_attachments/wp-content/uploads/2018/08/speed-post.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)