କାଶୀପୁରରେ ପାହାଡ଼ ଧସିଲା

ରାୟଗଡା : ଲଗାଣ ବର୍ଷାରେ ବେହାଲ୍ ହୋଇ ପଡିଛି କାଶୀପୁର। ଗତକାଲି ଆପ୍ରୋଚ୍ ରୋଡ୍, ପୋଲ ଧୋଇଯିବା ଯୋଗୁ ୫ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆଜି ଭୂସ୍ଖଳନ ପ୍ରଭାବରେ ପାହାଡ ଧସି ବ୍ୟାପକ ଜମିରେ ଫସଲ ନଷ୍ଟ ହୋଇଛି। ବ୍ଲକର କଡିପାର ପଂଚାୟତର ମଇନାଯୋଡି, ଖୁରିଗାଁ ପଂଚାୟତର ରାଉତଘାଟି ଗାଁ ନିକଟରେ ଥିବା ବିରାଟ ପାହାଡ ଧସି ଧୂଳିସାତ ହୋଇଯାଇଛି।

୭୨ ଘଣ୍ଟା ଧରି ଜାରି ରହିଥିବା ବର୍ଷାର ପ୍ରଭାବରେ କାଶୀପୁରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୬ ତାରିଖରୁ ଆରମ୍ଭ ହୋଇଥିବା ବର୍ଷା କମିବାର ନାଁ ଧରୁନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୬ ତାରିଖରେ ବ୍ଲକରେ ୨୨ ମିମି, ୭ ତାରିଖରେ ୩୧୭.୪ ମିମି, ୮ ତାରିଖରେ ୧୪୪.୨ ମିମି ଏପରି ଭାବେ ମୋଟ ୫୦୦ ମିମି ବର୍ଷା କାରଣରୁ ସିନ୍ଦୁରଘାଟି ପଚାଂୟତର କୋଡିଗୁଡ଼ା ଗାଁ ନିକଟରେ ଥିବା ମଇନାଯୋଡି ପାହାଡରେ ଭୂସ୍ଖଳନ ହୋଇଛି। ୫୦ ଏକର ଜମିରେ ପାହାଡରୁ ଖସି ଆସିଥିବା ମାଟି, ପଥର ମାଡିଯିବା ଯୋଗୁ ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର