ବାଲେଶ୍ବର : ବାଲେଶ୍ବରରେ ଟଙ୍କା ତିଆରି କାଗଜ କାରଖାନା ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ୩ ଜଣିଆ ଟିମ୍‌ ବାଲେଶ୍ବର‌ ଗସ୍ତରେ ଆସି ଜମି ଅନୁଧ୍ୟାନ କରିଛନ୍ତି। ଏହି ଟିମ୍ ରେମୁଣା ତହସିଲ ଅଧୀନ ଚଷାଖଣ୍ଡ ପଞ୍ଚାୟତର ପଦାବଡ଼ଗାଁ ମୌଜାରେ ଥିବା ସରକାରୀ ଜମି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

Advertisment

ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକଙ୍କ ସହ ଏହି ଟିମ୍‌ ରେମୁଣା ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ସାଙ୍ଗରେ ନେଇ ପଦାବଡ଼ଗାଁ ବୁଲି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଆରବିଆଇର ୩ ଜଣିଆ ଟିମ୍ ସହିତ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କ ସମେତ ଭୁବନେଶ୍ବରରୁ ଆସିଥିବା ଇଡ୍‌କୋ ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ପୁଣି ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନରେ ପ୍ରାୟ ୧୦୦ ଏକର ଜମିର ଆବଶ୍ୟକତା ରହିଛି। ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ଚୟନ କରିବା ପରେ କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମି ଇଡ୍‌କୋକୁ ହସ୍ତାନ୍ତର ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆରବିଆଇ ଏହି ଜମି ନେଇ ଟଙ୍କା ତିଆରି କାଗଜ କାରଖାନା କାମ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ୍
ନକଲି ନୋଟ୍ ସହିତ ପ୍ରିଣ୍ଟର୍‌ ଜବତ, ଜଣେ ଅଟକ

publive-image

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ୍‌ ଅନ୍ତର୍ଗତ ବଣଜଙ୍ଗଲ ଘେରା ଛାମୁଣ୍ଡା ପଞ୍ଚାୟତର ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ୍‌। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଲମ୍ବିଥିଲା ଏହି ନକଲି ନୋଟ୍‌ର କାରବାର। ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

କିଛିଦିନ ପୂର୍ବରୁ ଷ୍ଟେଟ୍‌ ଟାସ୍କଫୋର୍ସ (ଏସ୍‌ଟିଏଫ୍) କିଛି ନକଲି ନୋଟ ଜବତ କରିଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ଗତକାଲି ବିଳମ୍ବିତ ରାତିରେ କଟକର ଏକ ଟିମ୍ ଯୁଯୁମୁରା ବ୍ଲକ ଅଢ଼ାପଡ଼ାର ଏକ ଜନସେବା କେନ୍ଦ୍ର ଉପରେ ଚଢ଼ଉ କରିଥିଲା। ସେଠାରୁ ନକଲି ନୋଟ୍‌ ସହିତ ପ୍ରିଣ୍ଟର୍‌ ଜବତ କରିଛି। ଏହି ମାମଲାରେ ପପୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଧରିନେଇଥିବା ସମ୍ବଲପୁର ଏସ୍‌ପି ବି.ଗଂଗାଧର କହିଛନ୍ତି। ନକଲି ନୋଟ୍‌ ଛପା ହେବା ଘଟଣା ସହିତ ଦେବଗଡ଼ ଜିଲ୍ଲାରେ ସମ୍ବନ୍ଧ ଥିବାରୁ ଏସ୍‌ଟିଏଫ୍‌ର ଟିମ୍‌ ଆଜି ସନ୍ଧ୍ୟାରେ ପପୁଙ୍କୁ ସେଠାକୁ ନେଇଥିବା ଜଣାପଡ଼ିଛି। ତେବେ, ଅଢ଼ାପଡ଼ା ଭଳି ଅଂଚଳରୁ ନକଲି ନୋଟ ଛପା ହେବା ସାଧାରଣରେ ଆଲୋଡ଼ନ ସୃ‌ଷ୍ଟି କରିଛି।