ଖୋର୍ଦ୍ଧା: ଖୋର୍ଦ୍ଧା ସହର ମଧ୍ୟସ୍ଥଳରେ ଥିବା ହାବେଳୀ ପଡ଼ିଆ ଠାରେ ଶ୍ରୀଜଗନ୍ନାଥଙ୍କ ୨୪ ବେଶ ପୂଜା ପାଇଁ ଭୂମିପୂଜନ ହୋଇଯାଇଛି । ଏହି ପୂଜା ଆସନ୍ତା ୨ ତାରିଖରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।
୧୩ ତାରିଖରେ ପୁରୀ ଶ୍ରୀଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇ ଭୂମିପୂଜନ ଆରମ୍ଭ ହୋଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ସବ ଆୟୋଜନ କମିଟିର ସଭାପତି ଅଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ୫ ଦିନିଆ ପୂଜନରେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର, ଲକ୍ଷ୍ମୀନାରାୟଣ, ବାଙ୍କଚୂଡ଼, କୃଷ୍ଣବଳରାମ, ହରିହର ଆଦି ବେଶ କରାଯାଇ ଶ୍ରୀଜଗନ୍ନାଥ ପଂଚରାତ୍ର ପୂଜାବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ । ଭୂମିପୂଜନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ସୁନୀଲ ପଣ୍ଡା, ବିଜୟ କୁମାର ଦଶରପୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।