ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଧାମରାଠୁ ଏବେ ମାତ୍ର ୪୦ କିମି ଦୂରରେ ଅଛି ‘ୟାସ୍’

ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର/ଭଦ୍ରକ/ବାଲେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହୋଇପାରେ | ଅନ୍ୟପଟେ ଆଇଏମଡି ଡ଼ିଜିଙ୍କ ଆକଳନ ଅନୁସାରେ ଦିନ ୧୦ଟାରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ କରିବାର ପ୍ରକ୍ରିୟା ଆରମ୍ଭ ହେବ | ମଧ୍ୟାହ୍ନ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବ |

ସେହିପରି ପବନର ବେଗ ମଧ୍ୟ କମିବ | ପୂର୍ବରୁ ପବନର ବେଗ ୧୫୫ କିଲୋମିଟରରୁ ୧୬୫ କିଲୋମିଟର ଥିବାବେଳେ ବର୍ତ୍ତମାନ ପବନର ବେଗ ୧୩୦ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିବ |

ସମ୍ବନ୍ଧିତ ଖବର