କାଲି ସକାଳ ୮ ରୁ ୧୦ଟା ମଧ୍ୟରେ ଲାଣ୍ଡଫଲ କରିବ ଫନି, ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ ୩ ତାରିଖ ପୂର୍ବାହ୍ନ ୮ ରୁ ୧୦ ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।