ଭୁବନେଶ୍ୱର : ପୂର୍ବତନ ସଂଗ୍ରାମୀ ଓ ସହିଦମାନଙ୍କର ଭୂମିହୀନ କିମ୍ବା ଘରଡିହ ନଥିବା ଯୋଗ୍ୟ ପରିବାରଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡିହ ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ସର୍ଭେ କରାଯାଉଛି। ଜିଲ୍ଲାପାଳମାେନ ଏହି ସର୍ଭେ କରି ମାସକ ମଧ୍ୟରେ ସରକାରଙ୍କୁ ରିେପାର୍ଟ ପ୍ରଦାନ କରିବେ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଛନ୍ତି।
ସୂଚନାେଯାଗ୍ୟ, ଗ୍ରାମାଞ୍ଚଳରେ ଘରଡିହ ନଥିବା ବ୍ୟକ୍ତି ବା ପରିବାରଙ୍କୁ ରାଜ୍ୟ ସରକାର ବସୁନ୍ଧରା ଯୋଜନାେର ଘରଡିହ ଦେଇଥା’ନ୍ତି। ଏହାର ସଦ୍ୟ ତାଲିକା ପ୍ରସ୍ତୁତ ହେଉଛି। ଏହି କ୍ରମରେ ରାଜସ୍ବ ବିଭାଗ ପୂର୍ବତନ ସ୍ବାଧୀନତା ସଂଗ୍ରାମୀ ଓ ସହିଦମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି, େଯଉଁମାନଙ୍କର କି ଭୂମି ବା ଘରଡିହ ନଥିବ। ଏମାନଙ୍କର ତାଲିକା ମିଳିବା ପରେ ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ। ନବରଙ୍ଗପୁର ଜିଲ୍ଲାର ଜଣେ ପୂର୍ବତନ ସ୍ବାଧୀନତା ସଂଗ୍ରାମୀଙ୍କର ପରିବାରକୁ ଘରଡିହ ଯୋଗାଇ ଦେବା ପାଇଁ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ରାଜସ୍ବ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିେଲ। ଏହି ପରିେପ୍ରକ୍ଷୀେର ରାଜସ୍ବ ବିଭାଗ ପକ୍ଷରୁ ଏଭଳି ନିେର୍ଦଶନାମା ଜାରି େହାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/residential_plot_asibad_city_bhubaneswar_109812626979391057.jpg)