ଭୁବନେଶ୍ୱର: ଭାରତ କୋଭିଡ-୧୯ ଭଳି ଏକ ମହାମାରିର ମୁକାବିଲା କରୁଥିବା ବେଳେ ଆମେ ପରସ୍ପର ଲାଗି ସହାୟତାର ହାତ ବଢ଼ାଇବା ଦରକାର। ଘରମାଲିକଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗରିବମାନଙ୍କୁ ୩ ମାସର ଭଡ଼ା ଘରମାଲିକମାନେ ନ ମାଗନ୍ତୁ । ନବୀନ ଟୁଇଟ ଜରିଆରେ ଏହି ଅପିଲ କରିଛନ୍ତି । ଘର ଭଡ଼ା ସଂପୂର୍ଣ୍ଣ ଛାଡ଼ ଅଥବା ତିନି ମାସ ବିଳମ୍ବରେ ଆଦାୟ ପାଇଁ ସେ ଅପିଲ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଏହି ପ୍ରସ୍ତାବ ଦେଇଛନ୍ତି । ଲକଡାଉନ ସମୟରେ ପରସ୍ପରକୁ ସହାଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି ମହାମାରୀ କରୋନା ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର।
It is time for everyone to be there for each other as the entire country is under lockdown & fighting an unprecedented pandemic of #COVID19. Appeal house owners to be compassionate to poor & waive off or at least defer the rent by 3 months. Let’s show the world that #OdishaCares pic.twitter.com/KhSbrtJFTg
— Naveen Patnaik (@Naveen_Odisha) April 2, 2020
ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଘରମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଘର ମାଲିକମାନେ ଲକଡାଉନ ସମୟରେ ଗରିବ ଶ୍ରେଣୀର ଲୋକମାନଙ୍କୁ ଘର ଭଡ଼ା ନ ମାଗନ୍ତୁ ଏବଂ ତାଙ୍କୁ ଘରୁ ବାହାର କରନ୍ତୁ ନାହିଁ।