ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଏଲମାଗୁଣ୍ଡ ଅଂଚଳରେ ଯବାନ ୩ ଲ୍ୟାଣ୍ଡମାଇନକୁ ଠାବ କରିବା ସହ ତାକୁ ନିଷ୍କ୍ରିୟ କରିଛନ୍ତି। ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ପାଇଁ ଏଲମାଗୁଣ୍ଡ ଅଞ୍ଚଳକୁ ଯାଇଥିବା ବେଳେ ସୁରକ୍ଷାକର୍ମୀକୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଜବତ କରିଥିଲା। ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଂଚିବା ପରେ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ଯବାନଙ୍କ ସତର୍କତା ଯୋଗୁଁ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି। ଏହି ଅଂଚଳରେ ବାରମ୍ବାର ସୁରକ୍ଷାକର୍ମୀକୁ ନକ୍ସଲ ଟାର୍ଗେଟ କରୁଥିବା ଜଣାପଡିଛି।
ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ
/sambad/media/post_attachments/wp-content/uploads/2022/04/IMG-20220421-WA0054-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)