ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଥରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ମାଓ ଗତିବିଧି ନଜରକୁ ଆସିଛି। ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଆଜି ପ୍ରାୟ ୧୫ କେଜିର ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି। ଏହି ଅଞ୍ଚଳରେ ଚାଲିଥିବା ସିଆରପିଏଫ୍ ଓ ପୁଲିସର ମିଳିତ କମ୍ବିଂ ଅପରେସନକୁ ଟାର୍ଗେଟ କରି ମାଓ ସଂଗଠନ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। କିନ୍ତୁ ମାଓବାଦୀଙ୍କ ଯୋଜନା ବିଫଳ ହୋଇଛି। ଯବାନ ଓ ପୁଲିସ ନିଜର ଅପରେସନକୁ ତୀବ୍ର ଓ ବ୍ୟାପକ କରିଛି।
କେ.ବଲାଙ୍ଗ ଥାନା ଅଞ୍ଚଳରେ ମାଓବାଦୀ ପୁଣି ମେଳି ବାନ୍ଧୁଥିବା ନେଇ ସିଆରପିଏଫ୍-୧୯ ବାଟାଲିଅନକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଆଜି ଭୋର୍ ପ୍ରାୟ ସାଢ଼େ ୪ଟାରେ ଦୁଇ ପ୍ଲାଟୁନ ସିଆରପିଏଫ ଯବାନ କେ.ବଲାଙ୍ଗ ପୁଲିସ ସହ କମ୍ବିଂ ଅପରେସନରେ ବାହାରିଯାଇଥିଲେ। ଏହି ଟିମ୍ ସାଇବାହାଲ, ଲୁଙ୍ଗରା, ହାତୀଗୁଡ଼ା, ବଖରାଟୋଲି, ଝାରବେଡ଼ା ଆଦି ସଂରକ୍ଷିତ ଜଙ୍ଗଲରେ ଅପରେସନ ଜାରି ରଖିଥିଲେ।
/sambad/media/post_attachments/wp-content/uploads/2020/10/Tiffin-bomb-Sambad.jpg)
ଦିନ ପ୍ରାୟ ୧୨ଟା ୧୫ ମିନିଟ୍ରେ ଝାରବେଡ଼ା ସଂରକ୍ଷିତ ଜଙ୍ଗଲର ହାତୀଗୁଡ଼ା ଗାଁ ପାଖରେ ଥିବା ଛୋଟ ପାହାଡ଼ ଭିତରେ ଥିବା ମାଟି ରାସ୍ତାରେ ଏକ ଷ୍ଟିଲ୍ ଟିଫିନ୍ରେ ପ୍ରାୟ ୧୫ କେଜିର ଲ୍ୟାଣ୍ଡମାଇନ୍ ଖଞ୍ଜାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଲ୍ୟାଣ୍ଡମାଇନକୁ ଜବତ କରାଯିବା ସହ ନିଷ୍କ୍ରିୟ କରାଯାଇଥିଲା। ସିଆରପିଏଫ୍ ସେକେଣ୍ଡ୍-ଇନ୍-କମାଣ୍ଡ୍ ତାରା ଚାନ୍ଦ ଭଟ୍ଟ କମ୍ବିଂ ଅପରେସନର ନେତୃତ୍ୱ ନେଇଥିଲେ। ଲ୍ୟାଣ୍ଡମାଇନ ଉଦ୍ଧାର ହେବାପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ବ୍ୟାପକ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CRPF-sambad.jpg)